ସରକାର ଗ୍ରାମାଞ୍ଚଳ ଗୁଡିକର ବିକାଶ ପାଇଁ ହଜାର ହାଜର କୋଟି ଟଙ୍କାର ବ୍ୟୟ ଅଟକଳ କରୁଥିବାବେଳେ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏମିତି କିଛି ଗ୍ରାମ ଅଛି ଯେଉଁଠିକୁ ଭଲ କରି ପକ୍କା ରାସ୍ତା ଟିଏ ନାହିଁ କି ଜଳ ନିଷ୍କାସନ ସୁବିଧା ପାଇଁ ଡ୍ରେନେଜ ନାହିଁ l ଏ ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କାରନ୍ଧା ପଞ୍ଚାୟତ ଅନ୍ତର୍ଗତ ମାନିଆଁନାଳୀ ଗ୍ରାମର l ସ୍ଥାନୀୟ ପ୍ରଶାସନ ଓ ଲୋକ ପ୍ରତିନିଧି ମାନଙ୍କୁ ଲିଖିତ କିମ୍ବା ମୌଖିକ ମାଧ୍ୟମ ରେ ଜଣାଇ ଅନୁରୋଧ କଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରୁନାହିଁ ବୋଲି ଆଜି ମାନିଆଁ ନାଳୀ ର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି l ଏମିତି କି କୌଣସି ଜରୁରୀ କାଳୀନ ସମସ୍ୟା ଯଥାକ୍ରମେ ଗ୍ରାମରେ କାହାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଗଲେ ହଠାତ ୧୦୮ ଆମ୍ବୁଲାନ୍ସ ଟିଏ ମଧ୍ୟ ପହଞ୍ଚିବାକୁ ବହୁ ଅସୁବିଧା ହେଉଛି । ଏପରିକି ଗ୍ରାମରେ ଯଦି କେବେ କିଛି ଜରୁରୀ ସମସ୍ୟା ପଡେ ଗାଁ କୁ ଦମକଳ ଗାଡି ଟିଏ ଏହି ଖାଲ କ୍ଷମା ରାସ୍ତା ପାଇଁ ଶୀଘ୍ର ପହଞ୍ଚି ପାରେ ନାହିଁ l ନିକଟରେ ଥିବା ଉଚ୍ଚ ବିଦ୍ୟାଳୟ କୁ ଛାତ୍ର ଛାତ୍ରୀ ମାନେ କାଦୁଅ ରାସ୍ତା ରେ ଯିବା ପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିବା ର କଥା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି l ସେମାନଙ୍କ କହିବା ଅନୁଯାୟୀ ଆଜକୁ ୬୦-୭୦ ବର୍ଷ ହେବ ଏହି ସମସ୍ୟା ଲାଗି ରହିଛି,ଆହୁରି ମଧ୍ୟ କୁହନ୍ତି କେବଳ ନିର୍ବାଚନ ସମୟରେ ତାଙ୍କ ଗ୍ରାମକୁ ନେତା ମନ୍ତ୍ରୀ ମାନେ ପ୍ରଚାର ସମୟରେ ଆସନ୍ତି ଅନ୍ୟ ସମୟରେ ତାଙ୍କ ଅସୁବିଧା କଥା କେହି ଶୁଣନ୍ତିନି l ଏ ବାବଦ ରେ ହିନ୍ଦୋଳ ବିଡ଼ିଓ ଖିରୋଦି ତନ୍ମୟା ସାହୁ ଙ୍କୁ ପଚାରିବା ରୁ ସେ କୁହନ୍ତି ଏ ବିଷୟରେ ଆମେ ଜାଣିଛୁ ବର୍ତମାନ ନୂତନ ରାସ୍ତା ତ ଆଉ ନିର୍ମାଣ କରିହେବନି କାରଣ ପଞ୍ଚାୟତ ସ୍ଥର ର ସବୁ ନିର୍ମାଣ କାର୍ଯ୍ୟ ର ଆକ୍ସନ ପ୍ଲାନ ଡିଆରଡିଏ କୁ ଯାଇ ସରିଲାଣି, ସବୁକିଛି କାର୍ଯ୍ୟ ଏବେ ଅନଲାଇନ ମାଧ୍ୟମ ରେ ହେଉଛି ତେଣୁ ଏ ବର୍ଷ ଆଉ କିଛି କରିହେବନି ଆଗାମୀ ବର୍ଷ ଏହାର ସମାଧାନ କରାଯିବ l ଏପଟେ ମାନିଆଁନାଳୀ ଗ୍ରାମର ଗ୍ରାମବାସୀ ମାନେ ଯଥାଶୀଘ୍ର ତାଙ୍କ ଗ୍ରାମର ଡ୍ରେନେଜ ଓ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ପ୍ରଶାସନ କୁ ଅନୁରୋଧ କରୁଛନ୍ତି l
#Dhenkanal #NNSODIA