ପ୍ରବଳ ବର୍ଷା ଯୋଗୁଁ ପୂର୍ବତଟ ରେଳପଥ, ଅନଗୁଳ ତାଳଚେର ରୁଟ ମାଲ ବାହି ଟ୍ରେନ ଲାଇନଚ୍ୟୁତ । ସୂଚନା ଅନୁଯାୟୀ ସମ୍ବଲପୁର ସେକ୍ସନରେ ରେଳପଥରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଫଳରେଢେଙ୍କାନାଳ ସମ୍ବଲପୁର ରେଳ ସେକ୍ସନ ଅନେକ ମାତ୍ରାରେ ପ୍ରଭାବିତ ହେବା ସହିତ ଭୁବନେଶ୍ୱର ଅନୁଗୁଳ ସମେତ ଅନ୍ୟ ସ୍ଥାନକୁ ଯାଉଥିବା ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ସେହି ପଥ ଦେଇ ଯିବାକୁ ଥିବା ୧୨ଟି ଟ୍ରେନର ଚଳାଚଳକୁ ବାତିଲ କରିଦିଆଯାଇଛି। ଏଥିସହିତ ୮ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଥିବା ବେଳେ ଆଉ କେତେକ ଟ୍ରେନର ଚଳାଚଳ ସମୟ ପୁନଃ ନିର୍ଦ୍ଧାରିତ ହୋଇଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଭୋଗବେରେଣୀ ନିକଟରେ ଏକ ପୋଲ ଭୀଷଣ ବର୍ଷା କାରଣରୁ ଦବିଯିବାରୁ ରେଳଲାଇନ ଦବିଯିବା ସହିତ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇ ଯାଇଥିଲା। ରେଳବାଇ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ରେଳଲାଇନ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଏହି ଦୁର୍ଘଟଣାରେ ମାଲବାହୀ ଟ୍ରେନର ଲୋକୋ ପାଇଲଟ ଏବଂ ଗାର୍ଡ ସୁରକ୍ଷିତ ଥିବା ଜଣାଯାଇଛି।
#NNSODIA