ଜଟଣୀ ପୌରପରିଷଦର ଖୋଲୁଛି ଦୁର୍ନୀତି ଗୁମର I ପୌରପରିଷଦ ଦ୍ୱାରା କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନେକ ଦୁର୍ନତୀ କରାଯାଉଥିବା ଅଭିଯୋଗ ଆସିଛି I ତେବେ ଆଜି ଏହି ଜଟଣୀ ପୌରପରିଷଦରେ ହୋଇଥିବା ସମସ୍ତ ଦୁର୍ନୀତିର ପର୍ଦାଫାର୍ସ ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଜଟଣୀ ବାସୀ ମାନଙ୍କ ଉପସ୍ଥିତିରେ ଏ ସମସ୍ତ ଦୁର୍ନୀତିର ପୋଲ ଖୋଲିଛନ୍ତି ୮ ନଂ ୱାର୍ଡର ପୂର୍ବତନ କାଉନସିଲର ସୌମେନ୍ଦ୍ର କୁମାର ପଟ୍ଟନାୟକ । ଜଟଣୀ ପୌରପରିଷଦ ଭେଣ୍ଡିଂ ଜୋନ୍ ନିର୍ମାଣରେ ଟେଣ୍ଡର ଫିକ୍ସିଂ କରାଯାଉଛି ଏବଂ ଟେଣ୍ଡରକୁ ଇ-ଟେଣ୍ଡର ମାଧ୍ୟମରେ ନ କରାଯାଇ କୋଟେସନ୍ ମାଧ୍ୟମରେ କରାଯାଉଛି, ଯାହାକି ଆଇନ୍ ସମ୍ମତ ନୂହେଁ ବୋଲି ସେ ଅଭିଯୋଗ ଆଣିଛନ୍ତି I ଯଦି କୌଣସି କାର୍ଯ୍ୟ ଦୁଇ ଲକ୍ଷ ରୁ ଉର୍ଦ୍ଧ୍ବ ହୋଇଥାଏ ତେବେ ତାହା ଇ-ଟେଣ୍ଡର ମାଧ୍ୟମରେ କରାଯିବା ପାଇଁ ଗୃହ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିଲେ ମଧ୍ୟ, ଏହି ନିର୍ଦ୍ଦେଶ କୁ ପ୍ରଶାସନିକ ଅଧିକାରୀ ମାନେ ବେଖାତିର କରି ନିଜ ମନ ମୁତାବକ କାର୍ଯ୍ୟ କରୁଛନ୍ତି କେବଳ ଏତିକି ନୁହେଁ ଏହା ବ୍ଯତୀତ ଷ୍ଟ୍ରୀଟ୍ ଲାଇଟ୍, ପାର୍କ ଭଳି ଅନେକ କାର୍ଯ୍ୟ ରେ ହେରଫେର ହୋଇଥିବା ଜାଣିବାକୁ ମିଳିଛି । ଦୁର୍ନୀତି ଏକ ଏପରି ଚେର ଯାହା ମାଟିର ଏତେ ଭିତରକୁ ମାଡ଼ିଥାଏ ଯେ ତାର ଶେଷ ପର୍ଯ୍ୟନ୍ତ ପହଞ୍ଚିବା ମୁସ୍କିଲ ହୋଇଯାଏ । ତେଣୁ ଏହାର ସଠିକ ତଦନ୍ତ ହିଁ ସମସ୍ତ ବେଆଇନ କାରବାରକୁ ସାମ୍ନାକୁ ଆଣିପାରିବ ।
#jatani #corruption #NNSODIA