ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଜଳମୟ ହୋଇଛି ଚୌଦ୍ଵାର ଅଞ୍ଚଳ । ଯୁଆଡେ ଦେଖିଲେ ଆଣ୍ଠୁଏ ଉଚ୍ଚର ପାଣି । ପାଣିରେ ବୁଡି ରହି ଲୋକମାନେ ହଇରାଣ ହରକତ ହେଉଥିବା ବେଳେ ଚୌଦ୍ୱାର ଅଞ୍ଚଳରେ ରାସ୍ତା ଉପରେ ଏକ ଅଜଗର ସାପ ଦେଖିବାକୁ ମିଳିଛି । ଏପଟେ ପାଣିରେ ଘର ବୁଡିବା ଚିନ୍ତା କୁ ସେପଟେ ସାପର ଭୟ । କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ଦେବୀନଗର ଗ୍ରାମ ମୁଖ୍ୟ ଦ୍ୱାର ୫୫ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏହି ଅଜଗର ସାପ । ୧୫ ଫୁଟରୁ ଅଧିକ ଲମ୍ବର ଏହି ବିରାଟ ଅଜଗର ସାପଟି ପ୍ରାୟ ୨୫ କେଜିରୁ ଉର୍ଦ୍ଧ୍ବ ହେବ । ସନ୍ଧ୍ୟା ସମୟରେ ସାପଟି ରାସ୍ତା ଉପରେ ଥିବା ଦେଖାଯାଇଥିଲା । ସ୍ଥାନୀୟ ଲୋକେ ସାପଟିକୁ ଦେଖି ଚୌଦ୍ଵାର ବନପାଳ ଙ୍କୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ଅଜଗର ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛଡ଼ାଯିବ ବୋଲି କହିଛନ୍ତି । ତେବେ ଲଘୁଚାପ ଜନିତ ପ୍ରବଳ ବର୍ଷା ରେ ସବୁଆଡେ ଜଳମୟ ହୋଇ ଯାଇଥିବାରୁ ସାପଟି ରାସ୍ତାକୁ ଚାଲି ଆସିଥିବା ବନବିଭାଗ କର୍ମଚାରୀ କହିଛନ୍ତି ।
#Choudwar #Pythons #Snake #NNSODIA