କେନ୍ଦ୍ରାପଡା ତହସିଲର ଭାଗଚାଷୀ ମାନଙ୍କ ପାଇଁ ଖୁସୀ ଖବର । ଆଜି ତହସିଲର ୪୯୬ଟି ଭାଗଚାଷୀ ଗୋଷ୍ଠିଙ୍କୁ ମିଳିଲା ବିନାସୁଧରେ କୃଷିଋଣ । ସରକାରଙ୍କ ବଳରାମ ଯୋଜନାରେ କେନ୍ଦ୍ରାପଡା ତହସିଲର ଜମଧରଠାରେ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଆଜି ଏହି ଭାଗଚାଷୀ ମାନଙ୍କୁ କୃଷିଋଣର ଚେକ ବାଣ୍ଟିଛନ୍ତି କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା । ଆଗାମୀ ଦିନରେ ଆହୁରି ୭୦୦ ଭାଗଚାଷୀ ମାନଙ୍କର ଗୋଷ୍ଠୀ ଗଠନ କରାଯାଇ ସେମାନଙ୍କୁ ସରକାରଙ୍କର ବଳରାମ ଯୋଜନାରେ ସାମିଲ କରାଯିବ ବୋଲି ବିଧାୟକ ସୂଚନା ଦେଇଛନ୍ତି । ପ୍ରତ୍ୟେକ ଗୋଷ୍ଠୀର ୫ ଜଣ ଲେଖାଏଁ ଭାଗଚାଷୀ ମାନଙ୍କୁ ୧ ଲକ୍ଷ ଟଙ୍କାର କୃଷିଋଣ ଚେକ ଦିଆ ଯାଇଛି । ଏହି ଭାଗଚାଷୀ ମାନଙ୍କ ମଧ୍ୟରେ ଅନେକ ମହିଳା ଭାଗଚାଷୀ ମଧ୍ୟ ରହିଛନ୍ତି । କେନ୍ଦ୍ରାପଡା ଭଳି ଏକ ପ୍ରାକୃତିକ ଦୁର୍ବିପାକ ପ୍ରବଣ ଅଞ୍ଚଳରେ କୃଷକମାନଙ୍କ ପାଇଁ ଏହି ବଳରାମ ଯୋଜନାର କୃଷିଋଣ ଏକ ବରଦାନ ସଦୃଶ ବୋଲି ବିଧାୟକ ସୂଚନା ଦେଇଛନ୍ତି ।
#CMO #KENDRAPARA #BalaramYojana #NNSODIA