ଲଗାଣ ଲଘୁଚାପ ବର୍ଷା ଯୋଗୁଁ ଅଶାନ୍ତ ହୋଇଛି ଚିଲିକା। କୂଳ ଲଙ୍ଘି ମାଡି ଆସିଛି ପାଣି । ବୁଡ଼ାଇ ଦେଇଛି ଶହ ଶହ ମତ୍ସଜୀବୀଙ୍କର ଡ଼ଙ୍ଗା । ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ଘର ମାନଙ୍କରେ ଆଣ୍ଠୁଏ ଉଚ୍ଚର ପାଣି। ପରିସ୍ଥିତି ଏପରି ହୋଇଛି ଯେ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ବର୍ଷା ଥମିବାର ନାଁ ଧରୁନଥିବା ବେଳେ ବେଶୀ ଆତଙ୍କିତ ଅବସ୍ଥାରେ ଚିଲିକା ଉପକୂଳ ବାସୀ । ଗାଁ ଦାଣ୍ଡରେ ଚିଲିକା ଏବଂ ନଈ ପାଣି ଲହଡି ମାରୁଛି । ପରିସ୍ଥିତି ଧୀରେ ଧୀରେ ଭୟଙ୍କର ହେବାର ଲାଗିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଚିଲିକା ଜରିପଡା ପଞ୍ଚାୟତର ଜଗନ୍ନାଥ ପୁର ଗ୍ରାମରେ। ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି କହିବାକୁ ଗଲେ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଗ୍ରାମ ମୁଖ୍ୟ ରାସ୍ତା କୁ ସଂଯୋଗ କରୁଥିବା ପୋଲଟି ମଧ୍ୟ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ଅଛି। ଘଟଣା ସ୍ଥଳର ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ଜଣା ପଡ଼ିଛି । ତେବେ ପ୍ରଶାସନ ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।
#Rainfall #NNSODIA