ତାଲିବାନ ପକ୍ଷରୁ ପାକିସ୍ତାନକୁ ଜୋରଦାର ଝଟକା । ଆଫଗାନିସ୍ତାନରେ ପାକିସ୍ତାନୀ ମୁଦ୍ରା ପ୍ରଚଳନକୁ ଆପଣାଇବାକୁ ସିଧା ସଳଖ ମନା କରିଦେଲା ତାଲିବାନ । ଜଣେ ଉଚ୍ଚପଦସ୍ଥ ପାକିସ୍ତାନୀ ମନ୍ତ୍ରୀ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ମୁଦ୍ରା ବିନିମୟ ପାଇଁ ପାକିସ୍ତାନୀ ମୁଦ୍ରା ର ବ୍ୟବହାର କରାଯାଇପାରେ । କିନ୍ତୁ ତାଙ୍କର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ତାଲିବାନ ପାକିସ୍ତାନୀ ମୁଦ୍ରାରେ ବ୍ୟବସାୟ କରିବାକୁ ମନା କରି ଦେଇଛି । ଅନ୍ୟାନ୍ୟ ସୂତ୍ରରୁ ପ୍ରକାଶ2 ଯେ ପାକିସ୍ତାନ ଖୁବ ଶୀଘ୍ର ଆଫଗାନିସ୍ତାନ ସହିତ ଟଙ୍କା (ପାକ୍ ମୁଦ୍ରା) ରେ କାରବାର ଆରମ୍ଭ କରିବ ଯାହା ଦ୍ୱାରା ସେମାନଙ୍କର ଆର୍ଥିକ ଆର୍ଥିକ ସମସ୍ୟା କମ୍ ହୋଇପାରିବ । କିନ୍ତୁ ସମା ଟିଭି ଆଫଗାନିସ୍ତାନ ସୂତ୍ରରୁ ପ୍ରକାଶ ଯେ ଏହାର ଉତ୍ତରରେ ସାଂସ୍କୃତିକ ଆୟୋଗର ସଦସ୍ୟ ଅହମ୍ମଦୁଲା ୱାସିକ୍ କହିଛନ୍ତି ଯେ ଆଫଗାନିସ୍ତାନ ଏବଂ ପଡୋଶୀ ଦେଶ ମଧ୍ୟର ‘ଆଫଗାନି’ ମୁଦ୍ରାରେ ହିଁ କାରବାର ହେବ । ଏବଂ ପାକିସ୍ତାନୀ ମୁଦ୍ରାରେ କୌଣସି ପ୍ରମୁଖ ବ୍ୟବସାୟ କରାଯିବାକୁ ନେଇ ଚର୍ଚ୍ଚା ହେଉଥିବା ଖବରକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାପୂର୍ବରୁ ପାକିସ୍ତାନର ଅର୍ଥମନ୍ତ୍ରୀ ଶୌକତ ତରୀନ ସିନେଟ ଷ୍ଟାଣ୍ଡିଂ କମିଟିକୁ କହିଛନ୍ତି ଯେ ସେମାନେ (ତାଲିବାନ) ଡଲାର ସଞ୍ଚୟ କରିବା ପାଇଁ ଟଙ୍କାରେ ହିଁ କାରବାର କରିବେ । ଏପଟେ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ ତାକୁ ସମ୍ପତ୍ତି ଜବତ କରିବାର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ସୂଚନାଯୋଗ୍ୟ ଯେ ଆମେରିକା ତରଫରୁ ଆଫଗାନିସ୍ତାନର ବ୍ୟାଙ୍କ ଅଫ୍ ଆଫଗାନିସ୍ତାନର ସମ୍ପତ୍ତି ଜବତ କରିବା ନେଇ ଦାବି କରାଯାଇଥିଲା । ତାଲିବାନ କ୍ଷମତାକୁ ଆସିବା ପରେ ବିଶ୍ୱ ବ୍ୟାଙ୍କ ଓ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ମଧ୍ୟ ଆଫଗାନିସ୍ତାନକୁ ପାଣ୍ଠି ବନ୍ଦ କରିବାକୁ ଚେତାବନୀ ଦେଇଥିଲେ ।
#Afghanistan #Pakistan #currency #nnsodia