ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଦୀର୍ଘଦିନ ର ବ୍ୟବଧାନ ପରେ ଏ ଭାଇଚାରା ଗଣପର୍ବ ସମସ୍ତଙ୍କୁ ଏକତ୍ରିତ କରିଛି। ଏଵଂ ଖୁବ୍ ଆଡମ୍ୱର ସହକାରେ ପାଳନ କରୁଛନ୍ତି ପଶ୍ଚିମଓଡ଼ିଶା ବାସି।ତେବେ କେନ୍ଦ୍ରାପଡା ବ୍ଲକର କୋର ପଞ୍ଚାୟତର ସତୀର୍ଥ ନାମକ ଏକ ସାଂସ୍କୃତିକ ସଂଗଠନ ଓ କୋରୋର ଅବସରପ୍ରାପ୍ତ କର୍ମଚାରୀ ସଂଘ ଏହି ନୂଆଖାଇ ପର୍ବର ବେଶ୍ ଧୁମଧାମ ରେ ଅୟୋଜନ କରିଛନ୍ତି । ଏହି ଅବସରରେ ସାସ୍କୃତିକ କାର୍ଯ୍ୟକ୍ରମ, କବିତା ପାଠୋତ୍ସବ, ଓ ନବାନ୍ନ ଭୋଜନର ଆୟୋଜନ ହୋଇଛି । ଏହା ସହିତ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ସମ୍ବଲପୁରର ପରିବେଶବିତ ଡାଲଖାଇ ଓ ରସରକେଲି ନୃତ୍ୟ ବେଶ୍ ଆକର୍ଷଣୀୟ ରହିଥିବା ବେଳେ ନୁଆଖାଇ ଜୁହାର ଭେଟ ସାଙ୍ଗକୁ ନୂଆ ଚାଉଳର ଭାତ ମିଳିମିଶି ଭୋଜନ କରାଯାଇଛି ।
#kendrapara #nuakhai #NNSODIA