ଶାନ୍ତପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଙ୍କୁ ଆକ୍ରମଣ : ତୀବ୍ର ଉତ୍ତେଜନା ।
ସାଲେପୁର:ନେମାଳ ଥାନା ଅନ୍ତର୍ଗତ ସାନ୍ତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ଅପରାହ୍ନ ରେ କରୋନା ଟୀକା ଦାନ ଚାଲିଥିବା ବେଳେ, ଦୁଇ ଜଣ ଯୁବକ ଆୟୁଷ ଡାକ୍ତରମୃତ୍ୟୁ ଞ୍ଜୟ ମହାପାତ୍ର ଙ୍କୁ ଆକ୍ରମଣ କରି ମାଡ଼ ମାରିବା ସହ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିଥିବା ଥାନାରେଅଭିଯୋଗ ହୋଇଛି। ବନ୍ଧୁପୁର ଗ୍ରାମର ଯୁବକ ଏଭଳି କାଣ୍ଡ ଘଟାଇ ଥିବା ଅଭିଯୋଗ ରୁ ପ୍ରକାଶ। ପୋଲିସ ଅଭିଯୋଗ ପାଇ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଖୋଜାଖୋଜି କରିଥିଲେ ହେଁ ସେମାନଙ୍କ ପତ୍ତା ମିଳିନଥିବା ଜଣାପଡିଛି। ଏହି ଘଟଣା ଯୋଗୁ ଆଜିର ଟୀକା କରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ଏହି ଘଟଣା ଯୋଗୁଁ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଙ୍କ ମଧ୍ୟରେ ନୈରାଶ୍ୟ ଦେଖା ଦେଇଛି।
#salepur #NNSODIA