ଗରିବ ହିତାଧିକାରୀ ମାନଙ୍କ ପାଇଁ କୋଟି କୋଟି ଟଙ୍କାର ଅଟକଳ ବ୍ୟୟ କରାଯାଉଥିବା ବେଳେ ଏଠି ଆବାସ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ଆଜି ଘର ଖଣ୍ଡିଏ ନପାଇ ମୌଳିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକ । ପ୍ରଶାସନ ଏବଂ ସ୍ଥାନୀୟ ସରପଞ୍ଚ ମାନଙ୍କ ଅପାରଗତା ପାଇଁ ଆଜି ତଳ ସ୍ଥର ରେ କୌଣସି କାର୍ଯ୍ୟ ନହୋଇ ସରକାର ଙ୍କୁ ବଦନାମ ହେବାକୁ ପଡୁଛି l ଏ କଥା ଆମେ କାହିଁକି କହିଲୁ ଟିକେ ନଜର ପକାନ୍ତୁ ଏହି ଚାଳ ଛପର ପାଲ ବନ୍ଧା ଘର ଉପରେ ଆଉ ଟିକେ ଶୁଣନ୍ତୁ ଏହି ବୃଦ୍ଧା ମା ଟି ର କଥା କୁ……. ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଠୋକର ଗ୍ରାମ ର ବାସିନ୍ଦା ଗତିକୃଷ୍ଣ ସାମଲଙ୍କ ଘରର l ପରିବାର କହିଲେ ବୃଦ୍ଧା ସ୍ତ୍ରୀ ଓ ମାନସିକ ବିକୃତ ଥିବା ଏକ ମାତ୍ର ପୁଅ କାଳନ୍ଦୀ ସାମଲ l ଘରର ଚଳିବାର ଏକ ମାତ୍ର ସାହାରା ରାସନ ଚାଉଳ ଗଣ୍ଡିକ l କାଳନ୍ଦୀ ଙ୍କ ମା ଇନ୍ଦ୍ରାଣୀ ସାମଲ କୁହନ୍ତି ଯେ ଆଜକୁ ପାଞ୍ଚ ବର୍ଷ ହେବ ଆବାସ ଯୋଜନା ରେ ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଗଲେ ମଧ୍ୟ କୌଣସି ଲାଭ ମିଳେ ନାହିଁ କି ତାଙ୍କ କଥା କୌଣସି ସରକାରୀ ବାବୁ ଶୁଣନ୍ତି ନାହିଁ । ଏପଟେ କାଳନ୍ଦୀଙ୍କ ପିତା କୁହନ୍ତି ଯେ ଏଇ କିଛି ଦିନ ତଳେ ହିନ୍ଦୋଳ ବିଡିଓ ତାଙ୍କ ଗ୍ରାମ କୁ ଆସିଥିଲେ । ତାଙ୍କ ଘର ମଧ୍ୟ ଦେଖିଲେ । ହେଲେ କିଛି ଲାଭ ହେଲା ନାହିଁ ପ୍ରତିଶୃତି କେବେଳ ପ୍ରତିଶୃତି ରେ ରହିଗଲା l ଏ ବିଷୟରେ କିଛି ଅଧିକା ସୂଚନା ପାଇଁ ଆମେ ହିନ୍ଦୋଳ ବିଡିଓ ଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା l ତେଣୁ ଯଥାଶୀଘ୍ର କାଳନ୍ଦୀ ଙ୍କୁ ଆବାସ ଯୋଜନା ରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଏବେ ଜନ ସାଧାରଣ ରେ ଚର୍ଚ୍ଚା ହେଉଛି