ପାକିସ୍ତାନ ବିରୋଧୀ ଏକ ରାଲିରେ ଶତାଧିକ ଆଫଗାନିସ୍ତାନ ନାଗରିକ, ମୁଖ୍ୟତଃ ମହିଳାମାନେ, ପ୍ଲା କାର୍ଡ ସହିତ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେବା ଦେଖିବାକୁ ମିଳିଛି । ପରେ, ଏହି ବିରୋଧ ଆଫଗାନିସ୍ତାନର ଉତ୍ତରରେ ଥିବା ବାଲଖ ପ୍ରଦେଶକୁ ବ୍ୟାପି ଥିଲା ଯେଉଁଠାରେ ଶହ ଶହ ଲୋକ ରାସ୍ତାରେ ଆନ୍ଦୋଳନ କରୁଥିବା ଦେଖାଯାଇଥିଲା। ଟ୍ୱିଟରରେ ସେୟାର ହୋଇଥିବା ଏକ ଭିଡିଓରେ ଜଣେ ଆଫଗାନିସ୍ତାନ ମହିଳା କହିଛନ୍ତି, “ନା ପଞ୍ଜଶୀର, ନା ପାକିସ୍ତାନ, ନା ତାଲିବାନ ଉପରେ ଆକ୍ରମଣ କରିବାକୁ କାହାର ଅଧିକାର ନାହିଁ।” ତାଲିବାନ ଗତ ସୋମବାର ଦାବି କରିଛି ଯେ ସେମାନେ ପଞ୍ଜଶୀର ଉପତ୍ୟକାକୁ କାବୁ କରିସାରିଛନ୍ତି । ସେବେଠାରୁ ପ୍ରତିରୋଧ ବାହିନୀ ତାଲିବାନ ବିରୁଦ୍ଧରେ ସଂଘର୍ଷପୂର୍ଣ୍ଣ ଲଢେଇ ଜାରି ରଖିଛନ୍ତି । କିନ୍ତୁ ଏଥିରେ ପାକିସ୍ତାନର ହସ୍ତକ୍ଷେପ କୁ ଆଫଗାନବାସୀ ଦୃଢ ବିରୋଧ କରିଛନ୍ତି । ତେବେ ପାକିସ୍ତାନ ବିରୋଧୀ ଆନ୍ଦୋଳନ ତୀବ୍ର ହେବାପରେ ତାଲିବାନ ରାଲିରେ ଗୁଳି ଚଳାଇଥିଲା। ତେବେ ନ୍ୟୁଜ ଏଜେନ୍ସି AFP ଅନୁଯାୟୀ ତାଲିବାନ କାବୁଲରେ ପାକିସ୍ତାନ ବିରୋଧୀ ରାଲି ବିସ୍ତାର ରୋକିବା ପାଇଁ ବାୟୁରେ ଗୁଳି ଚଳାଇଥିଲା। ତେବେ ତାଲିବାନ ପାକିସ୍ତାନକୁ ସମର୍ଥନ କରିବାର କାରଣ କଣ ? କାରଣ ଏହିକି ଯେ ଆଫଗାନିସ୍ତାନ ଉପରେ ଆମେରିକାର ଯୁଦ୍ଧର ୨୦ ବର୍ଷ ମଧ୍ୟରେ ପାକିସ୍ତାନ ତାଲିବାନର ଦୃଢ଼ ସମର୍ଥକ ରହିଆସିଛି। ତାଲିବାନ ଏପରିକି ପାକିସ୍ତାନକୁ ସେମାନଙ୍କର “ଦ୍ୱିତୀୟ ଘର” ବୋଲି କହିଥିବା ବେଳେ ଖୁବ ଶୀଘ୍ର ଆଶା କରାଯାଉଥିବା ସରକାରୀ ଗଠନ ସମାରୋହ ପାଇଁ ଦେଶକୁ ଆମନ୍ତ୍ରଣ କରିଛି। ତାଲିବାନ ମୁଖପାତ୍ର ସୁହେଲ ଶାହିନ ଏକ ସାକ୍ଷାତକାରରେ କହିଛନ୍ତି ଯେ ନୂତନ ତାଲିବାନ ପ୍ରଶାସନ ପାଇଁ ପାକିସ୍ତାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିସହ ଆହୁରି ମଧ୍ୟ କହିଛନ୍ତି ଯେ ତାଲିବାନର ଅନେକ ପରିବାର ପାକିସ୍ତାନରେ ରହୁଛନ୍ତି।
#Afghanistan #NNSODIA