ସରପଞ୍ଚଙ୍କ ନାମରେ ଦଳିତ ମହିଳା ଙ୍କ ଅଭିଯୋଗ କୁ ଖଣ୍ଡନ କଲେ ସରପଞ୍ଚ,ଡକାଇଲେ ସାମ୍ବାଦିକ ସମ୍ମିଳନୀ।। ସ୍ଥାନୀୟ ସରପଞ୍ଚଙ୍କ ନାଁ ରେ ଆସିଥିବା ଅଭିଯୋଗକୁ ବିରୋଧ କରି ଗ୍ରାମବାସୀ ଏବଂ ସମ୍ପୃକ୍ତ ସରପଞ୍ଚଙ୍କ ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା ଯାହା ସ୍ଥାନୀୟ ଅଞ୍ଚଳରେ ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। କୁଜଙ୍ଗ ବ୍ଲକ କାଠକୋଟ ପଞ୍ଚାୟତର ସରପଞ୍ଚ ମିହିର ରଞ୍ଜନ ପଟ୍ଟନାୟକ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ବିରୋଧ କରି ଏକ ସାମ୍ବାଦିକ ସମ୍ମିଳନୀ କରାଇଥିଲେ। ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ମିହିର ରଞ୍ଜନ ପଟ୍ଟନାୟଙ୍କର କହିବା ଅନୁଯାୟୀ ଗୋବର୍ଦ୍ଧନ ପୁର୍ ଗ୍ରାମର ଦଳିତ ମହିଳା ବିଜୟା ଲକ୍ଷ୍ମୀ ମଲ୍ଲିକ ତାଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ ।ଏଥିରେ କୌଣସି ସତ୍ୟାସତ୍ୟ ନାହିଁ । ଏହି ସାମ୍ବାଦିକସମିଳନୀରେ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ମାନେ ଉପସ୍ଥିତ ହୋଇ ନିଜର ମତ ରଖିଥିଲେ। ସେମାନଙ୍କ କହିବା କଥା ଯଦି ସରପଞ୍ଚ ସେଭଳି ଚରିତ୍ରର ହୋଇଥାନ୍ତେ ତେବେ ପଞ୍ଚାୟତ ର ଜନସାଧାରଣ ଲଗାତାର ଚାରୋଟି ପଞ୍ଚାୟତ ନିର୍ବାଚନ ରେ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ନଥାନ୍ତେ । ଦୀର୍ଘ ୨୦ ବର୍ଷ ଧରି ଜଣେ ସରପଞ୍ଚ ଭାବେ ଆମ ମାନଙ୍କର ସୁଖଦୁଃଖରେ ରହି ଆମ ମାନଙ୍କ ସେବା କରିଛନ୍ତି । ଏବଂ ସେ ଜଣେ ଭଦ୍ର ଏବଂ ପରପୋକାରି ମଣିଷ ତେଣୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୃଣ ଭିତ୍ତି ହୀନ। ଯଦି ଆମ ସରପଞ୍ଚ ଙ୍କୁ ନ୍ୟାୟ ନମିଳେ ତେବେ ଆମେ ଥାନା ଆଗରେ ଧାରଣାରେ ବସିବୁ । ସେପଟେ ଉକ୍ତ ମହିଳାଙ୍କ ବିରୋଧରେ ତାଙ୍କ ଦେଢ଼ସୁର ଦୀପକ ମଲ୍ଲିକ, ଗୌତମ ମଲ୍ଲିକ ମଧ୍ୟ ତାଙ୍କର ମତ ମଧ୍ୟ ରଖିଛନ୍ତି। ଅପର ପକ୍ଷେ ଦଳିତ ମହିଳା ଜଣକ ସରପଞ୍ଚଙ୍କ ବିରୋଧରେ ଥାନାରେ ଏତଲା ଦେବା ସହ ନିଜର ମତ ରଖିଛନ୍ତି । ସରପଞ୍ଚ ମିହିର ପଟ୍ଟନାୟକ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦଳିତ ମହିଳା ବିଜୟା ଲକ୍ଷ୍ମୀ ମଲ୍ଲିକ। ତେବେ ବିଜୟା ଲକ୍ଷ୍ମୀଙ୍କ କହିବା କଥା ଯେ ତାଙ୍କ ସହ ଗତ ଜୁଲାଇ ମାସ ୧୭ ତାରିଖରେ ଦେଢଶୁର ଦ୍ୱୀପକ ମଲ୍ଲିକ, ଓ ଗୌତମ ମଲ୍ଲିକଙ୍କର ଝଗଡ଼ା ହୋଇଥିଲା ଯାହାକୁ ନେଇ ଗୌତମ ଏବଂ ଦ୍ୱୀପକ ବିଜୟାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ତାଙ୍କୁ ମାଡ଼ ମାରିଥିଲେ । ଏ ବିଷୟରେ ବିଜୟା ଲକ୍ଷ୍ମୀ ମଲ୍ଲିକ ପଞ୍ଚାୟତର ସରପଞ୍ଚ ମିହିର ରଞ୍ଜନ ପଟ୍ଟନାୟକଙ୍କୁ ଫୋନ ଯୋଗେ ସମସ୍ତ କଥା କହିବାରୁ ସେ ଘଟଣା ବିଷୟରେ ବୁଝିବା ପରିବର୍ତ୍ତେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏ ନେଇ ବିଜୟା ଲଷ୍ମୀ କୁଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ଉଭୟ ପକ୍ଷ ଏବଂ ପଞ୍ଚାୟତରେ ଆରୋପ ପ୍ରତ୍ୟାରୋପ୍ ଭିତରେ ଅନ୍ତ ସେତେବେଳେ ଘଟିବ ଯେତେବଳେ ନିରପେକ୍ଷ ଏବଂ ସଠିକ୍ ଭାବେ ତଦନ୍ତ କରାଯିବ। ତେବେ ଦେଖିବାର ରହିଲା କାଠକୋଟ ପଞ୍ଚାୟତ ରେ ଉପୁଜିଥିବା ଏହି ବିବାଦର ଅନ୍ତ କେବେ ଘଟିବ ।
#NNSODIA