ଅଧିକ ସଂଖ୍ୟକ ଓଡିଆ ପିଲା ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସଫଳ ହେବା ନେଇ ରାଜ୍ୟସରକାର ଆରମ୍ଭ କରିଛନ୍ତି ୧୦ ପଏଣ୍ଟ ଆକ୍ସନ ଆଜେଣ୍ଡା । ଯାହାକୁ ନେଇ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ଆରମ୍ଭ ହେବାକୁ ଯାଉଛି ଓଡିଶା ଆଦର୍ଶ ବିଦ୍ୟାଳୟ । ଏହି ଆବାସିକ ବିଦ୍ୟାଳୟ ଓଡିଶାରେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ସୁଯୋଗ ହେବ । ଓଡିଶାର ସମସ୍ତ ଆଦର୍ଶ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ବିଜ୍ଞାନରେ ଆଡମିସନ ଦିଆଯିବ । ଆଦର୍ଶ ବିଦ୍ୟାଳୟ ପାଇଁ ଗୁରୁଦିବସ ଅବସରରେ ୪୪୩ ଜଣ ନୂଆ ଶିକ୍ଷକ ଏବଂ ୧୫୭ ଜଣ ନୂଆ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶ ପାଇଁ ରୋଲ ମଡେଲ ହେବା ସହିତ ଏହା ପିଲାଙ୍କ ସ୍ୱପ୍ନକୁ ସାକାର କରିବା ସଙ୍ଗେ ସଙ୍ଗେ ନୂଆ ଏବଂ ରୂପାନ୍ତରିତ ଓଡିଶା ଗଠନରେ ସାହାଯ୍ୟ କରିବ ।ଯାହାକୁ ନେଇ ୧୦ ସୂତ୍ରୀ ଲକ୍ଷ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୧୦ ସୂତ୍ରୀ ଲକ୍ଷ ଅନୁଯାୟୀ ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟର କ୍ୟାମ୍ପସକୁ ଗ୍ରୀନ କ୍ୟାମ୍ପସ କରାଯିବ । ଓଡିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟର ପ୍ରତିଭାମାନଙ୍କ ପାଇଁ ମୁଖ୍ୟ କେନ୍ଦ୍ରସ୍ଥଳୀ ହେବ । ଯେଉଁଠୁ ପ୍ରତିବର୍ଷ ଅତି କମରେ ଜଣେ ଛାତ୍ର ଜାତୀୟ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହେବେ । କରୋନା ନିୟମ ମାନି ଚଳିତ ବର୍ଷ ଅତି କମରେ ଗୋଟିଏ ରକ୍ତଦାନ ଶିବିର କରାଯିବ । ପ୍ରତି ଓଡିଶା ଆଦର୍ଶ ବିଦ୍ୟାଳୟ ୧୦ ବର୍ଷର ରୋଡମ୍ୟାପ ପ୍ରସ୍ତୁତ କରିବେ । ସବୁ ଓଏଭିରେ ଏକ ୱେବପେଜ ରହିବ । ମାସକୁ ଓଏଭି ନ୍ୟୁଜ୍ ପ୍ରକାଶ କରାଯିବ । ଏଥି ସହିତ ଓଡିଶା ଆଦର୍ଶ ବିଦ୍ୟାଳୟ ଯୋଗ, ଖେଳ, ସ୍ୱାସ୍ଥ୍ୟ ଏବଂ ସୁସ୍ଥ ଜୀବନ ଯାପନକୁ ପ୍ରୋତ୍ସାହନ କରିବ ।
#cmo #OAVs #Odisha #NNSODIA