ଆଜିଠାରୁ ଖୋଲିଲା ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । କରୋନାର ପ୍ରକୋପ ସାମାନ୍ୟ କମିଥିବାରୁ ରାଜ୍ୟରେ ଅନଲକ ର ପ୍ରକ୍ରିୟା ଧୀରେ ଧୀରେ ଆରମ୍ଭ କରାଯାଇଛି । ରାଜ୍ୟର ସମସ୍ତ ସ୍କୁଲ କଲେଜ ଖୋଲିବା ପରେ ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ଥିବା ରାଜ୍ୟର ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକ୍ନିକ କଲେଜ କଟକଣା ମଧ୍ୟରେ ଆଜି (ସୋମବାର)ଠାରୁ ଆରମ୍ଭ ହୋଇଛି । ଶିକ୍ଷାଦାନ ପୂର୍ବରୁ ଶିକ୍ଷାନୁଷ୍ଠାନର ସମସ୍ତ କ୍ଲାସ୍ରୁମ୍, ଲାବୋରେଟାରି, ହଷ୍ଟେଲଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯିବା ବାଧ୍ୟତାମୂଳକ । ସିଲାବସ୍ ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯିବା ସହିତ କ୍ଲାସରୁମ୍ ଶିକ୍ଷାର ରେକର୍ଡିଂ କରିବାକୁ ନେଇ କର୍ତ୍ତୃପକ୍ଷ ପଦକ୍ଷେପ ନେବେ । କିନ୍ତୁ କଣ୍ଟେନ୍ମେଣ୍ଟ ଜୋନ୍ରେ ରହୁଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଓ କଲେଜକୁ ଆସିବେ ନାହିଁ। କଲେଜ କୁ ଆସୁଥିବା ସମସ୍ତ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ କ୍ୟାମ୍ପସରେ ନିୟମିତ ଭାବେ ହ୍ୟାଣ୍ଡୱାସ୍ ଓ ହାତ ସାନିଟାଇଜ୍ କରିବେ। କ୍ଲାସରୁମ୍, ଲାଇବ୍ରେରି, ଲାବରେଟୋରିରେ ସମସ୍ତେ ୬ ଫୁଟ୍ର ସାମାଜିକ ଦୂରତା ରକ୍ଷା ଉପରେ ପ୍ରାଥମିକତା ଦିଆଯିବ । କ୍ୟାମ୍ପସ ମଧ୍ୟରେ ଛେପ ପକାଇବା ଉପରେ କଟକଣା ଲଗାଯିବା ସହିତ କାଶିବା କିମ୍ବା ଛିଙ୍କିବା ସମୟରେ ମୁହଁକୁ ଭଲ ଭାବେ ଘୋଡ଼ାଇବେ, ଅସୁସ୍ଥତା ଅନୁଭବ କଲେ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀମାନେ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ଏବଂ ମୁଖ୍ୟତଃ ସମସ୍ତ ହଷ୍ଟେଲରେ ସଂଗରୋଧ ରୁମ୍ ରଖିବାକୁ ବାଧ୍ୟତାମୂଳକ ହୋଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ସୂଚନା ଅନୁଯାୟୀ ଆଜିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ଆଇଟିଆଇ, ପଲିଟେକନିକ୍ ଭଳି ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନର କେବଳ ଶେଷବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ଖୋଲିବଏବଂ ଅନ୍ୟ କ୍ଲାସ୍ଗୁଡ଼ିକ ଅବସ୍ଥା ଦେଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜରେ କ୍ଲାସ୍ ବ୍ୟବସ୍ଥା କରାଯିବ ଯେଉଁଥିରେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ଯେଉଁମାନେ କୋଭିଡ୍ ଗାଇଡଲାଇନ୍ ଉଲଂଘନ କରିବେ , ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ନିଷ୍ପତ୍ତି ନିଆ ଯାଇଛି
#education #NNSODIA