ହତ୍ୟାକାଣ୍ଡକୁ ବିନା ତଦନ୍ତରେ ରଫାଦଫା କରିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାର ୫ ଜଣ ପୋଲିସ ଅଧିକାରୀଙ୍କ ନାମରେ ମାମଲା ରୁଜୁ ।
ସୁଚନା ଅନୁଯାୟୀ କୁଜଙ୍ଗର ଜଣେ ଯୁବ ଇଞ୍ଜିନିୟର ଅମୃତ ଦାଶକୁ ଗତ ଜୁଲାଇ ୨୦ ତାରିଖରେ ଅତି ନିର୍ମମଭାବେ ହତ୍ୟା କରା ଯାଇଥିଲା | ଅମୃତଙ୍କ ହତ୍ୟାକାଣ୍ଡର ସମସ୍ତ ପ୍ରଣାମ ଥିଲେବି କୌଣସି ତଦନ୍ତ ନ କରି ପୋଲିସ ପକ୍ଷରୁ କେସଟିକୁ ରଫାଦଫା କରି ଦିଆ ଯାଇଥିଲା । ପୋଲିସଙ୍କର ଏପରି ଏକ ତରଫା ନିଷ୍ପତ୍ତିକୁ ବିରୋଧ କରିଥିଲେ ଅମୃତଙ୍କ ପରିବାର । ଏବଂ ଏ ନେଇ ଜଗତସିଂହପୁର ଜିଲ୍ଲାର ୫ ଜଣ ପୋଲିସ ଅଧିକାରୀଙ୍କ ନାମରେ କୁଜଙ୍ଗ ଜେଏମଏଫସି କୋର୍ଟରେ ମକଦ୍ଦମା ଦାଏର କରିଛନ୍ତି ଅମୃତ ଦାଶଙ୍କ ପରିବାର । ମୃତ ପୁଅକୁ ନ୍ୟାୟ ଦେବା ଆଶାରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଅମୃତଙ୍କ ମା ସୁଲୋଚନା । ଉକ୍ତ ଅଫିସର ମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାର ପୂର୍ବତନ ଏସ ପି ,ଆର ପ୍ରକାଶ , SDPO ତିର୍ତୋଲ ଦୀପକ ଜେନା, କୁଜଙ୍ଗ ଥାନାର ପୂର୍ବତନ IIC ଦିଲ୍ଲୀପ ସାହୁ, କୁଜଙ୍ଗ ଥାନାର ପୂର୍ବତନ si ଶୁଭ୍ରଜିତ ଦାସ, ତିର୍ତୋଲ ଥାନାର ପୂର୍ବତନ asi ସୋମେନ୍ଦ୍ର ନାୟକ ଅଛନ୍ତି । ଯାହାଙ୍କ ନାମରେ କୁଜଙ୍ଗ କୋର୍ଟରେ ମକଦ୍ଦମା ଦାୟର ହୋଇଛି , ଉକ୍ତ ପୋଲିସ ଅଧିକାରୀ ମାନେ ହତ୍ୟାକାଣ୍ଡର ପ୍ରଣାମ ଥାଇବି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ପ୍ରଭାବିତ ହୋଇ ପ୍ରଚୁର ଟଙ୍କା ନେଇ କେଶ କୁ ରଫା ଦଫା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅମୃତ ଦାସ ଙ୍କ ମା ,ଉକ୍ତ ପୋଲିସ ମାନଙ୍କ ନାମରେ ମକଦ୍ଦମା କରିବି ଓ ଶେଷ ପର୍ଯ୍ୟନ୍ତ ଲଢ଼ିବି ବୋଲି କହିଛନ୍ତି ଅମୃତଙ୍କ ମା ,ପୂର୍ବରୁ ଏହାକୁ ପୁନଃତଦନ୍ତ ପIଇଁ ବିଭିନ୍ନ ଫୋରମରେ ପରିବାର ଲୋକେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ତେଣୁ ସେମାନେ ବାଧ୍ୟ ହୋଇ କୋର୍ଟ କୁ ଯାଇଛନ୍ତି l