ସରକାର କରିଥିବା ୪ ଫୁଟ୍ ଉଚ୍ଚତାର ମୁର୍ତ୍ତିର ନିଷ୍ପତ୍ତିକୁ ବିରୋଧ। ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ଜୋରଦାର ବିରୋଧ କରିବା ସହିତ ପାର୍ବଣର ଗାଇଡଲାଇନ୍ କୁ କୋହଳ କରିବାକୁ ସ୍ୱର ଉଠାଇଲେ କଟକର ଏକାଧିକ ସଙ୍ଗଠନ। ବାଦାମବାଡି ଟ୍ରାଫିକ ଛକରେ ଏହାକୁ ନେଇ ସହରର ୩୦ ରୁ ଉର୍ଦ୍ଧ୍ବ ସାମାଜିକ ସଂଗଠନ ମାନେ ଏକତ୍ରିତ ହୋଇ ଏଭଳି ନିଷ୍ପତ୍ତି ଉପରେ ତୀବ୍ର ପ୍ରତିବାଦ କରିଛନ୍ତି। ହଜାରେ ବର୍ଷର ସହର କଟକରେ ବହୁ ବର୍ଷ ଧରି ଶାରଦୀୟ ଦୁର୍ଗାପୂଜା ହୋଇଆସୁଛି। କଟକ ଭଳି ସହରରେ ମା ଙ୍କ ପୂଜା ସାରା ଓଡିଶାରେ ନିଆରା। ପୂଜାକୁ ନେଇ ଏଠାରେ ଏକ ଅନନ୍ୟ ପରମ୍ପରା ରହିଛି। ଉଚ୍ଚତା କମାଇଦେଲେ କଣ କରୋନା କମିଯିବ କି ବୋଲି ପ୍ରଶ୍ନ କରିଛନ୍ତି ସାମାଜିକ ସଂଗଠନ ର ସଦସ୍ୟ। ପୂଜାକୁ ନେଇ କଟକବାସୀ କେବେ ବି ବରଦାସ୍ତ କରିବେନି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ତେଣୁ ୪ ଫୁଟ୍ ଉଚ୍ଚତା ବଦଳରେ ୮ ଫୁଟ୍ କିମ୍ବା ୯ ଫୁଟ୍ ଉଚ୍ଚତା ର ମୁର୍ତ୍ତି କରିବା ପାଇଁ ଅନୁମତି ଦିଆଯାଉ ବୋଲି ସଙ୍ଗଠନ ର ସଦସ୍ୟ ଏବଂ ସଦସ୍ୟା ମାନେ ଦାବି କରିଛନ୍ତି। ତେବେ କରୋନାର ପ୍ରଭାବ ଏଯାଏ କମିନି। ଏବେ ମଧ୍ୟ ପ୍ରତିଦିନ ଦେଶରେ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ତେଣୁ ଏପରି ସମୟରେ ପାର୍ବଣ ପାଇଁ କରୋନା କଟକଣା କୁ କୋହଳ କରିବା କଣ ଠିକ ନିଷ୍ପତ୍ତି ହେବ
#Cuttack #NNSODIA