ପାରା ଅଲିମ୍ପିକ୍ସରେ ଭାରତର ସଫଳତା ଐତିହାସିକ । ଜୀବନର ଖେଳରେ ହାର ମାନି ନଥିବା ଏହି ଖେଳାଳୀ ମାନଙ୍କ ପ୍ରତି ଆଜି ଦେଶ ଗର୍ବିତ । କ୍ଗୋଅତହିଁ ପରିଶ୍ରମ ଓ ପାରଦର୍ଶିତା ରେ ଗୋଟେ ପରେ ଗୋଟେ ୧୫ ଟି ମେଡାଲ ମଧ୍ୟରୁ ୩ଟି ସ୍ଵର୍ଣ, ୭ଟି ରୌପ୍ୟ ଏବଂ ୫ଟି ବ୍ରୋଞ୍ଜ ଜିତି ସାରିଛନ୍ତି ଖେଳାଳୀ ମାନେ । ଗତକାଲି ଗୋଟିଏ ଦିନରେ ୩ ଟି ମେଡାଲ ଜିତିବାରେ ସଫଳ ଖେଳାଳୀ ମାନଙ୍କ ମଧ୍ୟରୁ ହାଇଜମ୍ପରେ ଭାରତର ପ୍ରବୀଣ କୁମାର ଜିତିଲେ ରୌପ୍ୟ ପଦକ । ଟି୬୪ ବର୍ଗରେ ୨.୦୭ ମିଟର ସହ ରୌପ୍ୟ ପଦକ ଜିତି ନୂଆ ଏସିଆନ୍ ରେକର୍ଡ କରିଛନ୍ତି ପ୍ରବୀଣ । ସେହିପରି ପାରା ଅଲିମ୍ପିକ୍ସରେ କମାଲ କଲେ ଅବନୀ ଲେଖାରା । ଗୋଟିଏ ପାରା ଅଲିମ୍ପିକ୍ସରେ ଦୁଇଟି ମେଡାଲ ହାସଲ କରି ଇତିହାସ ରଚିଛନ୍ତି ଅବନୀ । ମହିଳା ୫୦ ମିଟର ରାଇଫଲରେ ବ୍ରୋଂଜ ମେଡାଲ ଜିତିଛନ୍ତି ଅବନୀ । ପୂର୍ବରୁ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଗୋଟିଏ ପରା ଅଲିମ୍ପିକ୍ସରେ ଦୁଇଟି ମେଡାଲ ଜିତିବାରେ ଅବନୀ ହେଉଛନ୍ତି ପ୍ରଥମ ଭାରତୀୟ । ସେପଟେ ତୀରଚାଳନାରେ ବ୍ରୋଂଜ ମେଡାଲ ଜିତିଛନ୍ତି ହରବିନ୍ଦର ସିଂହ । ଟୋକିଓ ପାରା ଅଲମ୍ପିକ୍ସରେ ଭାରତ ଆଉ ଏକ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ସେହିପରି ଆଜି ପୁରୁଷ ମିକ୍ସଡ୍ ୫୦ ମିଟର ପିସ୍ତଲ ଇଭେଣ୍ଟରେ ମନୀଷ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି । ଏହି ସମାନ ଇଭେଣ୍ଟରେ ରୋପ୍ୟ ପଦକ ମଧ୍ୟ ଭାରତ ହାତେଇ ସାରିଛି । ଏହି ମେଡାଲକୁ ହାତେଇଛନ୍ତି ସିଘଂରାଜ ଅଧାନା । ମନୀଷ ଏବଂ ସିଂରାଜଙ୍କ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ଏକ ଜବରଦସ୍ତ ଲଢେଇ ହୋଇଥିଲା, ଯେଉଁଥିରେ ୧୯ ବର୍ଷୀୟ ଭାରତୀୟ ସୁଟର ମନୀଷ ନରୱାଲ ଭାରତକୁ ତୃତୀୟ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ଆହୁରି ମଧ୍ୟ ଆଜି ବ୍ୟାଡ୍ମିଣ୍ଟନ୍ ଫାଇନାଲକୁ ପ୍ରବେଶ କରି ପଦକ ପକ୍କା କରିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ଜାପାନର ଫୁଜିହାରାଙ୍କୁ ହରାଇ ସିଙ୍ଗଲସ ଏସଏଲ-୩ ଫାଇନାଲରେ ପ୍ରବେଶ କରିଛନ୍ତି ଭାଗତ । ଆଜି ୩ଟା ବେଳେ ଫାଇନାଲ ଖେଳିବେ ପ୍ରମୋଦ । ପ୍ରଥମ ଥର ପାଇଁ ପାରା ଅଲିମ୍ପିକ୍ସରେ ଯୋଗଦେଇଥିବା ବେଳେ ଓଡ଼ିଶା ପାଇଁ ପାରା ଅଲିମ୍ପିକ୍ସରେ ପ୍ରଥମ ଖେଳାଳି ଭାବେ ସଫଳତା ଆଣିବେ ବୋଲି ଆଶା କରାଯାଉଛି ।
#PARALYMPICS #NNSODIA