ଜାନୁଆରୀ ମାସରେ ପ୍ରଥମ ଥର ପାଇଁ କଲମ୍ବିଆରେ ,”ଏମୟୁ” ନାମକ ଏକ ନୂତନ କରୋନାଭାଇରସ୍ ଷ୍ଟ୍ରେନ୍ ଚିହ୍ନଟ କରାଯାଇଥିଲା । ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଭ୍ୟାରିଏଣ୍ଟ ଅଫ ଇଣ୍ଟରେଷ୍ଟ ନାମିତ କରାଯାଇଛି | କଲମ୍ବିଆରେ ଚିହ୍ନଟ ହେବାପରେ ଏହି ଏମୟୁ ବା B.1.621 ଭୁତାଣୁ ସମ୍ଵନ୍ଧରେ ଅନ୍ୟ ଦକ୍ଷିଣ ଆମେରିକୀୟ ଦେଶ ଏବଂ ୟୁରୋପରେ ରିପୋର୍ଟ କରାଯାଇଥିଲା | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହା ଯାଇଛି ଯେ ଏହା ଟିକାର ସୁରକ୍ଷା ବଳୟକୁ ଭେଦ କରି ସଂକ୍ରମଣ କରିବାକୁ ସକ୍ଷମ । ତେଣୁ ଏନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଏମୟୁ ବ୍ୟତୀତ, ଇଟା, ଲୋଟା, କାପ୍ପା ଏବଂ ଲାମ୍ବଡା ଭଳି ଆହୁରି ଚାରୋଟି ଭ୍ୟାରିଏଣ୍ଟ ଅଫ ଇଣ୍ଟରେଷ୍ଟ ରହିଛି | ଏମୟୁ ଭୁତାଣୁର ବୈଜ୍ଞାନିକ ନାମ B.1.621ରହିଛି ଏବଂ ଅଗଷ୍ଟ 2021 ରେ ଏହା ଭ୍ୟାରିଏଣ୍ଟ ଅଫ ଇଣ୍ଟରେଷ୍ଟ ଭାବରେ ବର୍ଗୀକୃତ ହୋଇଥିଲା | WHOର ସୂଚନା ଅନୁଯାୟୀ ବିଶ୍ୱରେ କରୋନାର ଏହି ନୂଆ ରୁପ ବା ଏମ-ୟୁ ଭୂତାଣୁ ଅଧିକ ମାତ୍ରାରେ କଲମ୍ବିଆରେ ସଂକ୍ରମଣ କରିନାହିଁ ଏବଂ ବର୍ତ୍ତମାନ ସୁଦ୍ଧା କଲମ୍ବିଆରେ ୪୯ ପ୍ରତିଶତ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । କିନ୍ତୁ ଏବେ ଏହା ଦକ୍ଷିଣ ଆମେରିକା ଅଧିକ ମାତ୍ରାରେ ବ୍ୟାପୁଥିବାର ସୂଚନା ମିଳିଛି । ସେପଟେ କରୋନାର ଆଉ ଏକ ନୂଆ ରୂପ ସି ଡଟ୍ ୱାନ ଡଟ୍ ଟୁ ଏବେ ବିଶ୍ୱର ୮ଟି ଦେଶକୁ ବ୍ୟାପି ସାରିଲାଣି । ତେଣୁ ଏହି ନୂଆ ଭାରିଆଣ୍ଟ ତୃତୀୟ ଲହର ଆଣିବାକୁ ନେଇ ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି ।
#MUVarient #corona #NNSODIA