କରୋନା ମହାମାରୀ ସମୟରେ ସାରା ରାଜ୍ୟରେ ଖଣିଜ ପରିବହନ କୁ ନେଇ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ବିଗତ ଦିନରରେ ପାରାଦ୍ୱୀପ ରେ ଥିବା ପ୍ରାୟ ୨୦୦୦ ଟ୍ରକ ମାଲିକ ମାନଙ୍କ ଉପରେ ତାର ପ୍ରତିକୂଳ ପ୍ରଭାବ ଦେଖାଦେଇଛି. ସୂଚନା ମୁତାବକ ପାରାଦ୍ୱୀପ ଯୁଗ୍ମସମ୍ୱନ୍ନୟ କମିଟି “JCC”ଦ୍ୱାରା ପରିଚାଳିତ ତିନୋଟି ଟ୍ରକ ମାଲିକ ସଂଘ ଯଥା, ପାରାଦ୍ୱୀପ ଟ୍ରକ ମାଲିକ ସଂଘ, ଜଗନ୍ନାଥ ଟ୍ରକ ମାଲିକ ସଂଘ ଓ ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘ ର ପାଖାପାଖି ୭୦୦୦ ଗାଡି ପାରାଦ୍ୱୀପ ପୋର୍ଟ ଓ ପାରାଦ୍ୱୀପ ତୈଳ ବିଶୋଧନଗାର ଉପରେ ନିର୍ଭର କରି ତାଙ୍କ ଗାଡିଗୁଡିକୁ ସାରା ଦେଶରେ ବିଭିନ୍ନ କଳକାରଖାନା କୁ କୋଇଲା, ପେଟକୋକ, ପଲିମର, ତେଲ, ସାର ପରିବହନ କରିଥାନ୍ତି. କିନ୍ତୁ ପାରାଦ୍ୱୀପ ତୈଳ ବିଶୋଧନାଗାର “iocl “ମନମୁଖୀ କାର୍ଯ୍ୟ ଓ କିଛି ଅସାଧୁ ପରିବହନକାରୀ ସଂସ୍ଥା ର ମଧୁଚନ୍ଦ୍ରିକା ହେତୁ ଏଠୁ ବାହାରୁଥିବା ଅଧିକାଂଶ ପେଟକୋକ ଟ୍ରେନ ଯୋଗେ ପରିବହନ କରୁଥିବାବେଳେ ପଲିମର ଗୁଡିକୁ କଣ୍ଟେନର ଯୋଗେ ପରିବହନ କରୁଅଛି, ଫଳରେ ଏହାର ସିଧା ପ୍ରଭାବ ତିନୋଟି ଟ୍ରକ ମାଲିକ ଉପରେ ପଡୁଥିବାରୁ ଗାଡିଗୁଡିକ ଦୀର୍ଘ ଦିନ ଧରି ଛିଡାହେଇ ରହୁଛି, ଏହା ଫଳରେ ଗାଡିର କାଗଜପତ୍ର ଓ କିସ୍ତି ଦେବାରେ ମାଲିକମାନେ ଅସମର୍ଥ ହେଇ ମାନସିକ ଓ ଅର୍ଥନୈତିକ ହାନି ଘଟୁଥିବାବେଳେ ପ୍ରାୟ ୭୦୦୦ ଗାଡିର ୧୪୦୦୦ ଡ୍ରାଇଭର ହେଲ୍ପର ମାଙ୍କର ବୃତ୍ତି ଏବେ ସଙ୍କଟ ଦେଇ ଗତିକରୁଛି. ତେଣୁ ଏହାର ବିକଳ୍ପ ବାଟ ପାଇଁ JCC ତରଫରୁ ଶାନ୍ତିପୂର୍ଣ୍ଣ ଭାବେ ଅନିର୍ଦ୍ଦିଷ୍ଟ କଳାପାଇଁ ଗଣଧାରଣା କରିଵା ପାଇଁ ତିନୋଟି ଟ୍ରକ ମାଲିକ ସଂଘ ନିଷ୍ପତ୍ତି ନେଇଛନ୍ତି । ଯେପର୍ଯ୍ୟନ୍ତ JCC ର ଦାବି ପୂରଣ ନହୋଇଛି ଏ ଆନ୍ଦୋଳନ ଚାଲୁରହିବ ବୋଲି ଜଗନ୍ନାଥ ଟ୍ରକ ମାଲିକ ସଂଘ ର ସଭାପତି ଶ୍ରୀ ଛଇଳ ଚନ୍ଦ୍ର ଜେନା, ଉପସଭାପତି ପ୍ରକାଶ କୁମାର ଜେନା,ଓ ସମ୍ପାଦକ ସୁଧୀର କୁମାର ଜେନା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି. ସୂଚନା ମୁତାବକ ପାରାଦ୍ୱୀପ ତୈଳ ବିଶୋଧନାଗାର” iocl ” ବାହାରୁଥିବା ପଲିମର ଓ ପେଟକୋକ ୭୦%ଭାଗ ରୋଡ ମାଧ୍ୟମରେ ଟ୍ରକ ଯୋଗେ ଯିବାକୁ ସମ୍ୱନ୍ନୟ କମିଟି JCC ଦ୍ୱାରା ଦାବି କରୁଥିବାବେଳେ ଏହି ନିୟମକୁ ଲାଗୁ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
#paradip #NNSODIA