ପାରାଦ୍ୱୀପ ରେ ଥିବା ଆଇ. ଓ. ସି. ଏଲ ରିଫାଇନାରୀ ରେ କାମ କରୁଥିବା ବିଭିନ୍ନ ଠିକା ଶ୍ରମିକମାନେ ଦୀର୍ଘ ଦିନ ଧରି କାମ କରି ଆସୁଥିବାବେଳେ ସେମାଙ୍କର ବକେୟା ଦରମା ଓ ଅନ୍ୟାନ ଦାବି ୧୦ଦଫା ରେ ପାରାଦ୍ୱୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘ ତରଫରୁ ଆଇ.ଓ. ସି. ଏଲ ରିଫାଇନାରୀ ର ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ ଆନ୍ଦୋଳନ କରିଛନ୍ତି । ସଂଗଠନ ତରଫରୁ ଶତାଧିକ ଶ୍ରମିକ ପାରାଦ୍ୱୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକସଂଘର ସଭାପତି ଶ୍ରୀ ଅରିନ୍ଦମ ସର୍କେଲ (ବାପି ଭାଇ ) ଙ୍କ ନେତୃତ୍ୱରେ କଳାପତାକା ପଦର୍ଶନ କରି ନିଜ ଦାବୀକୁ ଉପସ୍ଥାପନ କରିଥିଲେ । ସୂଚନା ମୁତାବକ ଦୀର୍ଘ ଦିନ ଧରି ଠିକାଶ୍ରମିକ ମାନେ ଆଇ. ଓ. ସି. ଏଲ ରେ କାମ କରି ଆସୁଥିଲେ ମଧ୍ୟ କରୋନା ମହାମାରୀ ସମୟରେ ସେମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାବେଳେ ତାଙ୍କର ବକେୟା ଦରମା ଓ ଅନ୍ୟାନ ସୁବିଧାରୁ ବଞ୍ଚିତ ରହିଛନ୍ତି । ଏ ବିଷୟରେ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା । ତେଣୁ ବାଧ୍ୟ ହୋଇ ଏପରି କଳାପତାକା ଧରି ଶାନ୍ତିପୂର୍ଣଭାବେ ଆନ୍ଦୋଳନ କରିବାକୁ ଶ୍ରମିକମାନେ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କର ମୁଖ୍ୟ ଦାବୀ ମଧ୍ୟରେ ବକେୟା ଦରମା ପୈଠ,ପ୍ରତି ମାସିକ ଦରମା ମାସର ୭ ତାରିଖ ରେ ମିଳିବା,ଟେଣ୍ଡର ସାରିବାର ୩ ମାସ ପୂର୍ବରୁ ଟେଣ୍ଡର କରିବା,କୁଶଳୀ ଶ୍ରମିକମାନଙ୍କୁ ନ୍ୟାଯ୍ୟ ଦରମା ନ୍ୟାଯ୍ୟ ଦାବୀ , ବିନା ମୂଲ୍ୟରେ ଦୁଇଚକିଆ ଗାଡି ପାର୍କିଙ୍ଗ, ପୁରୁଣା ଶ୍ରମିକମାନଙ୍କ ବଦଳରେ ନୂଆ ଶ୍ରମିକଙ୍କୁ ନିଯୁକ୍ତିକୁ ବିରୋଧ, ଏପରି ୧୦ଦଫା ଦାବିରେ ଅଟଳ ଶ୍ରମିକମାନେ ଧାରଣା ରେ ବସି ରହିଛନ୍ତି । ଯଦି ଶ୍ରମିକମାନଙ୍କ ଦାବୀକୁ କର୍ତ୍ତୃପକ୍ଷ ଗୁରୁତ୍ୱ ନଦିଅନ୍ତି ତେବେ ଆଗକୁ ଏ ଆନ୍ଦୋଳନ ତୀବ୍ର ରୂପ ନେବବୋଲି ଶ୍ରମିକନେତା ଚେତାବନୀ ଦେଇଛନ୍ତି ।
#paradip #IOCL #NNSODIA