ଯାଜପୁରରୁ ପୁଣି ଆସିଲା ବିକାଶ ର ବିରଳ ଚିତ୍ର । କାଂଶ ପଞ୍ଚାୟତ ସାରୁଆବିଲି ଗ୍ରାମର ଚିରୁ ସାହିକୁ ନାହିଁ ଖଣ୍ଡେ ରାସ୍ତା । ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ଅନେକ ଦିନଧରି ଚିରୁଗୁଡା ଗ୍ରାମକୁ ଯାଇଥିବା ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇ ପଡି ରହିଥିବାରୁ ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲେ ଗ୍ରାମବାସୀ । ରତ୍ନଗର୍ଭା ସୁକିନ୍ଦା ଖଣି ଅଞ୍ଚଳରେ ଦେଖାଦେଇଛି ଏଭଳି ଘଟଣା । ସୂଚନା ଅନୁଯାୟୀ ଗାଁର ଶଙ୍କର ମୁଣ୍ଡାଙ୍କ ଗର୍ଭବତୀ ପତ୍ନି ଯନ୍ତ୍ରଣା ଅନୁଭବ କରିବାରୀ ତାଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସକୁ ଡକାଯାଇଥିଲା । ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିବାରୁ ଆମ୍ବୁଲାନ୍ସ ଆସିଥିବା ବେଳେ ଗ୍ରାମ ମଧ୍ୟକୁ ଯିବା ରାସ୍ତା ଠିକ ନଥିବାରୁ ଆମ୍ବୁଲାନ୍ସଟି ଗ୍ରାମ ଠାରୁ ଦୂର ମୁଖ୍ୟ ରାସ୍ତାରେ ରହିବା ପରେ ଗ୍ରାମ ବାସୀଙ୍କ ସହଯୋଗରେ ଗ୍ରାମର ଗର୍ଭବତୀ ମହିଳାଙ୍କୁ ଆଜି ସକାଳୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆ ଯାଇଥିବା ଦେଖିବାକୁ ମିଳିଛି । ଗର୍ଭବତୀ ମହିଳା ହୁଅନ୍ତୁ କିମ୍ବା କାହାର ଦେହ ଖରାପ ହେଉ ସମସ୍ତଙ୍କୁ ସାହା ସେଇ ଖଟିଆର ଦୋଳା । ସାହି ରୁ ଅଧକିଲୋମିଟରରୁ ଅଧିକ ବାଟ ଖଟିଆ ରେ ଦୋଳା କରି ବୋହି ବୋହି ନିଅନ୍ତି ସ୍ଥାନୀୟ ଲୋକେ । ମୁଖ୍ୟରାସ୍ତାରେ ଅପେକ୍ଷା କରିଥାଏ ଆମ୍ବୁଲାନ୍ସ । ସୂଚନମୁତାବକ OMC ପକ୍ଷରୁ ସେଠାରେ ହୋଇଥିବା ଡମ୍ପିଂୟାର୍ଡକୁ ନୀତିଦିନ ଅନେକ ଭରିଯାନ ଯିବା ଆସିବା କରିଥାନ୍ତି । ରାସ୍ତାଟିରେ ମାଟି ପଥର ଗଦା ହୋଇ ପଡି ରହୁଥିବାରୁ । ଅସରାଏ ବର୍ଷା ହେଲେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଯାଏ । ଏ ନେଇ ସ୍ଥାନୀୟ ଲୋକେ ବାରମ୍ବାର ଖଣି କତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଏହି ଅଞ୍ଚଳ ରୁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ନେଉଥିବାବେଳେ ଅଞ୍ଚଳର ବିକାଶ ପାଇଁ କାହାର ଚିନ୍ତା ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯେଉଁଥିପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ।
#Jajpur #Sukinda #NNSODIA