ରକ୍ତଦାନ ଏକ ମହତଦାନ । ଯେତେବେଳେ ରୋଗୀମାନଙ୍କର ହସ୍ପିଟାଲରେ ରକ୍ତର ଅଭାବ ଦେଖାଦେଇଥାଏ ସେତେବେଳେ କିଛି ସ୍ଵେଚ୍ଛାସେବୀ ସଂଗଠନ ଓ କେତେକ ଏନଜିଓ ସାହାଯ୍ୟର ହାତ ବଢାଇ ଥାନ୍ତି । ଏପରି ଏକ ସ୍ବେଛାସେବୀ ସଂଗଠନ “ଵୁନ୍ଦ” ଦୀର୍ଘଦିନ ଧରି କାମକରି ଆସୁଥିବା ବେଳେ ରକ୍ତ ପାଇଁ ହଇରାଣ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ କିଛି ଅସାଧୁ ବ୍ୟକ୍ତି ଓ ଅନଲାଇନ ଠକ ମାନେ ଏହାର ସୁଯୋଗ ନେଇ ଲୁଟିବାରେ ଲାଗିପଡିଛନ୍ତି । ଏପରି ଏକ ଘଟଣା ଏନ ଏନ ଏସ ଓଡ଼ିଆ ମାଧ୍ୟମରେ ପ୍ରଥମଥର ପାଇଁ ସାମ୍ନାକୁ ଆସିଛି । ସୂଚନା ମୁତାବକ ଭୁବନେଶ୍ୱର ସ୍ଥିତ “ଵୁନ୍ଦ” ସ୍ବେଛାସେବୀ ସଂଗଠନର ଏକ ସଦସ୍ୟଙ୍କୁ ରକ୍ତ ଦେବା ନାଁରେ ଠକେଇର ଉଦ୍ୟମ କରାଯାଇଥିଲା । ପ୍ରଶାନ୍ତ କୁମାର ପରମାଣିକ ନାମକ ବ୍ୟକ୍ତି ଙ୍କୁ ତାଙ୍କ ଫେସବୁକ ପେଜ “କଥା ଦେଉଛି ମୁଁ ପହଞ୍ଚିବି ଜଣେ ରକ୍ତଦାତା ହୋଇ ” ରେ ପୋଷ୍ଟ ହେଇଥିବା B+ରକ୍ତ ପାଇଁ ଅସାଧୁ ସାଇବର ଠକ ଜଣକ 9718805569ରୁ ଫୋନ କରି କହିଥିଲେ ଯେ, ତୁମକୁ ଏସଡିପି ଦରକାର ଅଛି ତ ମୁଁ କରେଇଦେବି, ତୁମେ ମତେ ଅନଲାଇନ ପେମେଣ୍ଟ 9310954852 ନମ୍ବରରେ ୬୦୦୦/- ଟଙ୍କା ଫୋନପେ କର । ଏହିପରି ରକ୍ତ ଦେବା ବାହାନାରେ ପଇସା ଚଳୁ କରିବାର ଯୋଜନା କରିଥିଲେ । କିନ୍ତୁ ସଂଗଠନର ସଦସ୍ୟ ଜଣକ ଚତୁରତାର ସହ କଲ କୁ ରେକର୍ଡ କରି ଏହି ସାଇବର ରକ୍ତଦାତା ଠକଙ୍କ ପୋଲ ଖୋଲି ଦେଇଛନ୍ତି । ଏହି ଖବର ପାଇ ଆମେ ଫୋନ ଯୋଗେ “ଵୁନ୍ଦ” ର ଆବାହକ ପ୍ରିୟବ୍ରତ ନାୟକଙ୍କ ପ୍ରତିକ୍ରିୟା ନେଇଥିଲୁ । ସେ କହିଛନ୍ତି ଯେ-ହସ୍ପିଟାଲ ରେ ରୋଗୀ ଓ ତାଙ୍କ ସମ୍ପ୍ରର୍କୀୟମାନେ ରକ୍ତର ଅଭାବରେ ବିଚଳିତ ହୋଇ ଏପରି ଠକଙ୍କ କଥାରେ ନ ପଡନ୍ତୁ ଏବଂ ଏଥି ସହିତ ରକ୍ତ ଦାନ ପରି ମହତ କାର୍ଯ୍ୟରେ ସାହାଯ୍ୟ କରିବାକୁ ଯୁବ ବନ୍ଧୁମାନଙ୍କୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି । ତେଣୁ ଏପରି ପରିସ୍ଥିତିରେ ଜନ ସାଧାରଣ ସଚେତନ ହେବାପାଇଁ ଏପରି ଘଟଣାକୁ ଲୋକଲୋଚନକୁ ଆଣିବା ନିହାତି ଆବଶ୍ୟକ । ଏହି ଖବର ପ୍ରସାରଣ ପରେ ରକ୍ତଦେବା ନାଁରେ ଚାଲୁଥିବା ସାଇବର ଠକେଇରୁ ସାଧାରଣ ଲୋକେ ସଚେତନ ହେବେ ବୋଲି ଆଶା କରାଯାଉଛି ।
#BloodDonation #CyberCrime #NNSODIA