ଯାନ ବାହାନ ଯାତାୟାତ, ସଡ଼କ ସୁରକ୍ଷା ଓ ରାଜ ପଥ ଗୁଡିକର ମରାମତି ତଥା ନୂତନ ରାସ୍ତା ନିର୍ମାଣ ପାଇଁ ବହୁ ଅଟକଳ ବ୍ୟୟ କରା ଯାଉଛି । କିନ୍ତୁ କଣ ତାହା ପ୍ରକୃତ ରୂପେ କାର୍ଯ୍ୟକାରୀ ହେଉଛି ? ଏକଥା ଆମେ କାହିଁକି କହୁଛୁ ଟିକେ ଦେଖନ୍ତୁ ଏହି visual କୁ.. ଏହା ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ସ୍ଥିତ ଗୁଡ଼ିଆକାଟେଣୀ ୫୫ ନଂ ଜାତୀୟ ରାଜପଥ ଠାରୁ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ସହ ସଂଯୋଗ କରୁଥିବା ରେଙ୍ଗାଳି କେନାଲ ପୋଲ l ଯାହା ଏବେ ଜନ ସାଧାରଣ ଙ୍କ ପାଇଁ ସାଜିଛି ମରଣ ଯନ୍ତା l ରାସ୍ତାରେ ଏବେ ବଡ଼ ବଡ଼ ଖାଲ ହେବା ସହ ଆଣ୍ଠୁଏ ଗଭୀର ଜଳରେ ଭରି ହୋଇ ରହିଛି l ପୋଲଟି ଏବେ ଏମିତି ଶୋଚନୀୟ ଅବସ୍ଥା ରେ ରହିଛି ଯେ ଦୁଇ ଚକିଆ ଯାନରେ ଯିବା ତ ଦୂରର କଥା ପାଦ ରେ ଚାଲି ଚାଲି ଯିବା ପାଇଁ ବି ଲୋକ ଏବେ ସାହାସ କରୁନାହାନ୍ତି l ଗତ ବର୍ଷ ଏହି ସମସ୍ୟା ପାଇଁ ଠିକ ଏହି ସମୟ ରେ ପୋଲଟି ଆଂଶିକ ଭୁଶୁଡି ଯିବାରୁ ଯାତାୟାତ ଠପ ହୋଇ ବହୁ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା l ଅନ୍ୟପଟେ ରାସ୍ତାର ଏଭଳି ଶୋଚନୀୟ ଅବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପ୍ରତେକ ବର୍ଷ ଏପରି ସମସ୍ୟା ଲାଗିରହୁଥିବାରୁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ପୂର୍ତ୍ତବିଭାଗ ପକ୍ଷରୁ ଏଥି ପ୍ରତି ଏତେଟା ଗୁରୁତ୍ୱ ଦିଆଯାଇ ନାହିଁ l ରାସ୍ତାଟିର ଅବସ୍ଥା ସମ୍ପୂର୍ଣ ରୂପେ ଶୋଚନୀୟ ଓ ବିପଦ ସଂକୁଳ ହୋଇ ରହିଥିବାରୁ ସ୍ଥାନୀୟ ଅଞ୍ଚଳ ରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଲାଣି ତେଣୁ ଏହାର ଯଥାଶୀଘ୍ର ମରାମତି କରିବା ନିମନ୍ତେ ଜନ ସାଧାରଣ ଦାବୀ କରା ଯାଉଛି l
#dhenkanal #NNSODIA