ବଜେଟରେ ସରକାର ନୂଆ ସ୍କ୍ରାପ୍ ନୀତି ଆଣିଛନ୍ତି । ଯାହା ସଡକରୁ ପୁରୁଣା ଗାଡି ହଟାଇବା ପାଇଁ ଉର୍ଦ୍ଦିଷ୍ଟ । ଏହି ନୀତି ୨୦୨୨ ଏପ୍ରିଲରୁ କାର୍ଯ୍ୟକାରୀ ହେବ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏହାର ଏକ ବଡ ପଦକ୍ଷେପ ବୋଲି ବିଚାର କରାଯାଇଛି । ଏହି ନୀତି ଅନୁସାରେ ୨୦ ବର୍ଷର ପୁରୁଣା ବ୍ୟକ୍ତିଗତ ଓ ୧୫ ବର୍ଷର ପୁରୁଣା ବାଣିଜ୍ୟକ ଯାନକୁ ଆଉ ଫିଟନେସ୍ ପ୍ରମାଣପତ୍ର ମିଳିବ ନାହିଁ । ଏଗୁଡିକ ଆପେ ଅଚଳ ହୋଇଯିବ । ସମ୍ପ୍ରତି ୨୦ ବର୍ଷରୁ ଅଧିକ ପୁରୁଣା ୫୧ ଲକ୍ଷ ଓ ୧୫ ବର୍ଷରୁ ପୁରୁଣା ୩୪ ଲକ୍ଷ ଗାଡି ଚଳାଚଳ କରୁଥିବା ଗାଡିଗୁଡିକ ବାଡିଖାନାକୁ ଯିବା ବାଧ୍ୟତାମୂଳକ ହେବ । ଏହି ଯାନଗୁଡିକ ଦ୍ୱାରା ପ୍ରାୟ ୭୦ ପ୍ରତିଶତ ବାୟୁ ପ୍ରଦୂଶଣ ହୋଇଥିବାରୁ ସରକାର ଏପରି ନୀତି ପ୍ରଣୟନ ବିଷୟରେ ଘୋଷଣା କରିଛନ୍ତି । ଏଥି ସହିତ ନୂଆ ପ୍ରଦୂଷଣ ମୁକ୍ତ ଗାଡି ବିକ୍ରି ପାଇବା ବୃଦ୍ଧିପାଇବା ସହିତ ୨୫ ପ୍ରତିଶତ ପ୍ରଦୂଷଣ ହ୍ରାସ ପାଇବ ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ବଢିବ । ଏହି ଯାନଗୁଡିକୁ ପୁନଃ ପ୍ରକ୍ରିୟାକରଣ ମାଧ୍ୟମରେ ଉପଯୋଗ କରାଯିବ । ସରକାରଙ୍କ ଜାତୀୟ ରାଜପଥ ଓ ପରିବହନ ବିଭାଗ ପୂର୍ବରୁ ୧୫ବର୍ଷର ପୁରୁଣା ଗାଡିକୁ କବାଡି ଖାନା ପଠାଇବା ନୀତିକୁ ମଞ୍ଜୁରୀ ପ୍ରଦାନ କରିଥିଲା । ଏହା ଦ୍ୱାରା କେନ୍ଦ୍ର ଓ ରାଜ୍ୟସରକାର ତଥା ରାଷ୍ଟ୍ରାୟତ କମ୍ପାନୀରେ ବ୍ୟବହୃତ ୧୫ବର୍ଷର ଗାଡିକୁ ହଟାଇବା ଯୋଜନା ଆରମ୍ଭ କରିଥିଲା । ଏହାଦ୍ୱାରା ପ୍ରାୟ ୨ କୋଟି ୮୦ ଲକ୍ଷ ଗାଡି ରାସ୍ତାରୁ ହଟିବ ବୋଲି ଆକଳନ କରାଯାଇଛି ।