ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକକୁ ରାଜ୍ୟ ଖାଦ୍ୟ ଆୟୋଗ ଅଧକ୍ଷ ପ୍ରମୋଦ କୁମାର ମେର୍କାପ ଏକ ଦିନିକିଆ ଗସ୍ତରେ ଆସି ବିଭିନ୍ନ ଗ୍ରାମ ବୁଲି ଖାଦ୍ୟ ସୁରକ୍ଷା କାମ ଏବଂ ବିଭିନ୍ନ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟ ବୁଲି ଦେଖିଥିଲେ। ଶ୍ରୀ ମେର୍କାପ ଗସ୍ତ ସମ୍ପର୍କରେ କହିଥିଲେ ଯେ ସାଧାରଣ ଲୋକଙ୍କ ପାଖରେ ଯେଭଳି ଖାଦ୍ୟର କୌଣସି ଅଭାବ ରହିବ ନାହିଁ ସେଥିପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ତେଣୁ ତୃଣମୂଳ ସ୍ଥରରେ ଲୋକ ତାହାର ସୁଫଳ କିପରି ପାଉଛନ୍ତି ତାହା ବୁଲି ଦେଖିବା ଓ ସାଧାରଣ ଲୋକଙ୍କ ସହ ମିଶିବା ପାଇଁ ଗସ୍ତ ହୋଇଥିଲା ।
ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସେବା ସଂଘ ଭାବେ ପରିଚିତ ଟାଙ୍ଗୀ ମଦର ଟେରେସା ସେବା ସଂଘ ପକ୍ଷରୁ ମଦର ଟେରେସାଙ୍କ ଜୟନ୍ତୀ ଅବସରରେ ନଗର ପରିକ୍ରମା କରାଯାଇଛି । ସଂଘର ଜଗ ମୋହନ ପୃଷ୍ଟି ଙ୍କ ନେତୃତ୍ୱରେ ସଂଘ କାର୍ଯ୍ୟାଳୟ ନିକଟରୁ ଏକ ପଦଯାତ୍ରାରେ ବାହାରି ସଭ୍ୟ ମାନଙ୍କ ତରଫରୁ ଟାଙ୍ଗୀ ରେ ନଗର ପରିକ୍ରମା କରାଯାଇଥିଲା।
ଭିତରକନିକା ବଞ୍ଚାଅ ଆନ୍ଦୋଳନକାରୀ ଶ୍ରୀକାନ୍ତଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରିଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ଗତକାଲି ବିଳମ୍ବିତ ରାତିରେ କାହିଁକି ଶ୍ରୀକାନ୍ତଙ୍କୁ ପୋଲିସ ସହାୟତାରେ କଟକ ପଠାଗଲା ତାହାର କାରଣ ଜଣାପଡି ନାହିଁ । ଶ୍ରୀକାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ବାଭାବିକ ଥିବା ସହିତ ତାଙ୍କୁ ଜାଣିଶୁଣି ପ୍ରଶାସନ ମରଣ ଜନ୍ତା ମଧ୍ୟକୁ ଠେଲି ଦେଉଥିବା ସେ ଅଭିଯୋଗ କରିଛନ୍ତି ।
ଓଲମରା ସୀମାନ୍ତ ମହାବିଦ୍ୟାଳୟରେ ବଢ଼ିଲା ସିଟ ସଂଖ୍ୟା । ୧୯୯୫ ମସିହାରୁ ଆଜି ପର୍ଯ୍ୟନ୍ତ ୬୪ ଟି ସିଟ ରହିଆସିଥିବା ଓଲମରା ସୀମାନ୍ତ ମହାବିଦ୍ୟାଳୟରେ ପ୍ରତିବର୍ଷ ଶତପ୍ରତିଶତ ପରୀକ୍ଷା ଫଳ ହେଉଥିବାରୁ ଛାତ୍ର ଛାତ୍ରୀମାନେ ଏହି କଲେଜରେ ପଢିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ ସିଟ କମ ରହୁଥିବାରୁ ଗ୍ରାମାଞ୍ଚଳର ଗରିବ ପିଲାମାନେ ପଢିବାରୁ ବଞ୍ଚିତ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ୨୦୨୧-୨୨ ରେ ୬୪ ସିଟରୁ ୧୨୮ କୁ ବୃଦ୍ଧି କରାଯାଇଥିବାରୁ ଅଧିକରୁ ଅଧିକ ଗରିବ ମେଧାବୀ ଛାତ୍ରଛାତ୍ରୀମାନେ କଲେଜରେ ପଢ଼ିବାର ସୁଯୋଗ ପାଇ ପାରିବେ । ଯାହାକୁ ନେଇ କଲେଜର ଛାତ୍ରଛାତ୍ରୀ ଏବଂ ଅଧକ୍ଷ ଖୁସି ବ୍ୟକ୍ତ କରଛନ୍ତି।
ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ବାଲିକୁମା ଗାଁ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରେମ ସମ୍ପର୍କକୁ ନେଇ ଝିଅ ଘର ଲୋକେ ପୁଅକୁ ଅତି ନିର୍ମମ ଭାବରେ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲକୁ ଆଣି ଝୁଲାଇ ଦେଇଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ଯାଜପୁର ଜିଲ୍ଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାରେ ଲିଫ୍ଟରେ ଚାପିହୋଇ କାର୍ଯ୍ୟରତ ଶ୍ରମିକ ରାହୁଲ ପାଶ୍ୱନଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଶ୍ରମିକ ଜଣଙ୍କ ପେଲେଟ ପ୍ଲାଣ୍ଟ ସାଇଟରେ ନିଜେ କ୍ରେନ ଚଳାଇ ଲିଫ୍ଟରେ କାମ କରୁଥିଲେ । ଲିଫ୍ଟରେ ଥିବା ଏକ ଲୁହା ଏଙ୍ଗଲ ସଂସ୍ପର୍ଶରେ ଆସି ଚାପି ହୋଇ ରହି ଯାଇଥିଲେ । ଫଳରେ କ୍ରେନଟି ଅଟୋମେଟିକ ବନ୍ଦ ହୋଇଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
#News #Odisha #NNSODIA