ଆଜି କେନ୍ଦ୍ରାପଡା ଜିଲ୍ଲା ଯୋଜନାବୋର୍ଡର ବୈଠକ ଜିଲ୍ଲା ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଛି । ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହାଛଡା ଜିଲ୍ଲାର ସମସ୍ତ ଅଞ୍ଚଳର ଡିଜିଟାଲ ମ୍ୟାପିଂ କରାଯାଇ ଜମିବାଡିର ନିର୍ଣ୍ଣୟ କରାଯିବାକୁ ନିଷ୍ପତ୍ତି ନିଆଯିବା ସହିତ ଜିଲ୍ଲାରେ ଏକ ବୃହତ ଶିଳ୍ପ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଗୃହିତ ହୋଇଛି । ମହାକାଳପଡା ବ୍ଲକରେ ହେବାକୁଥିବା ଇଷ୍ପାତ ଶିଳ୍ପର ଏହା ପ୍ରାକ ସୂଚନା ବୋଲି ଜଣାପଡିଛି । ଏଥି ସହିତ ଜିଲ୍ଲାରେ କୃଷି ପାଇଁ ଜଳସେଚନ ଓ ଜଳ ନିଷ୍କାସନ ସମସ୍ୟା ଓ ଏହାର ସମାଧାନ ଉପରେ ମଧ୍ଯ ଗୁରୁତ୍ବ ଦିଆଯାଇଛି । ପାନୀୟଜଳ ଯୋଗାଣ , ନୂଆ ଶୀତଳ ଭଣ୍ଡାର ନିର୍ମାଣ ଓ ମତ୍ସ୍ୟଚାଷକୁ ବୃଦ୍ଧି କରାଯିବାକୁ ଏହି ବୈଠକରେ ସରକାରଙ୍କୁ ପସ୍ତାବ ଦିଆଯାଇଛି ବୋଲି ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ରାଜ୍ୟ ସମବାୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି । କିନ୍ତୁ ଜିଲ୍ଲାରେ ଏବେ ମରୁଡି ପରିସ୍ଥିତି ଦେଖାଦେଇଥିବାରୁ ଜମିକୁ ଜଳଯୋଗାଣ ବାଧାପ୍ରାପ୍ତ ହେଉଥିବା ଉପସ୍ଥିତ ଜିଲ୍ଲାପରିଷଦର ସଦସ୍ୟ ମାନେ ଅଭିଯୋଗ କରିଥିଲେ । ହେଲେ ଜଳସମ୍ପଦ ବିଭାଗ ଏଥିରେ ଆନ୍ତରିକତା ପ୍ରକାଶ କରୁନାହାନ୍ତି ବୋଲି ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଜିଲ୍ଲାପରିଷଦର ସଦସ୍ୟ ଗଣ ଉପସ୍ଥିତ ରହିଥିଲେ ।
#Kendrapara #NNSODIA