କୃଷକ କଲ୍ୟାଣ କମିଟି , ପିପିଏଲ ତରଫରୁ କୁଜଙ୍ଗ ବ୍ଲକରେ ତିନିଦିନିଆ ଶାନ୍ତିପୂର୍ଣ ଧାରଣା ସହିତ କୁଜଙ୍ଗ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ଦୀର୍ଘ ୮ ବର୍ଷ ହେଲା ଖାଲି ପଡିଛି ଜଗତସିଂହପୁର ଜିଲ୍ଲାରେ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ପଦ , ଫଳରେ ବିଭିନ୍ନ ଶିଳ୍ପ ପାଇଁ ଜମି ହରାଉଥିବା ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ନେଇ ‘କୃଷକ କଲ୍ୟାଣ କମିଟି ପିପିଏଲ’ ପକ୍ଷରୁ କୁଜଙ୍ଗ ବ୍ଲକରେ ୩ ଦିନିଆ ଧାରଣା ଦିଆଯାଇଛି। ପିପିଏଲ ସାର କାରଖାନା ପାଇଁ ଜମି ହରାଇଥିବା ଚାଷୀ କମ୍ପାନୀ ନିକଟରୁ ପାଇବାକୁ ଥିବା ଅତିରିକ୍ତ କ୍ଷତିପୂରଣ ରାଶି ବକେୟା ୬ କୋଟି ୪୫ ଲକ୍ଷ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। କମ୍ପାନୀ ୪ କୋଟି ଟଙ୍କା ଦେଇଥିବା ବେଳେ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଙ୍କ ଅନୁପସ୍ଥିତ ଯୋଗୁଁ ଅବଶିଷ୍ଟ ଟଙ୍କା ପାଇପାରୁ ନାହାନ୍ତି। ଏ ସମ୍ପର୍କରେ କମିଟି ପକ୍ଷରୁ ବାରମ୍ବାର ଜିଲ୍ଲା ପ୍ରଶାସନ, ଆରଡିସି ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦ୍ବାରା ଅବଗତ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳି ପାରିନାହିଁ। ତେଣୁ ବୁଧବାର ଠାରୁ କୃଷକ କଲ୍ୟାଣ କମିଟି ପକ୍ଷରୁ କୁଜଙ୍ଗ ତହସିଲ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ତହସିଲଦାରଙ୍କ ମାଧ୍ୟମରେ ପଠାଯାଇଛି। ଯଦି ସରକାରଙ୍କ ପକ୍ଷରୁ ଏ ନେଇ ତୁରନ୍ତ ପଦକ୍ଷେପ ନ ନିଆଯାଏ, ତେବେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି।
#FarmersProtest #Kujanga #Odisha #NNSODIA