ଦୀର୍ଘ ଦିନ ଧରି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଖରସ୍ରୋତା ନଦୀରୁ ଭଦ୍ରକ ଜିଲ୍ଲାକୁ ପାଣି ଯିବା ପ୍ରକଳ୍ପ ଓ ଭିତରକନିକା ବଞ୍ଚାଅ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଭାରତର ଜଳପୁରୁଷ ଭାବେ ଜଣାଶୁଣା ଡକ୍ଟର ରାଜେନ୍ଦ୍ର ସିଂହ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏହି ପ୍ରସଙ୍ଗକୁ ନେଇ ଦୀର୍ଘ ୧୬ ଦିନ ଧରି ଅନସନରତ ଶ୍ରୀକାନ୍ତଙ୍କୁ ଭେଟି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ରାଜେନ୍ଦ୍ର ସିଂହ । ଏହି ଆନ୍ଦୋଳନରେ ସେ ନିଜକୁ ସାମିଲ କରିଥିବା ପ୍ରକାଶ କରିବା ସହ ଭିତରକନିକାର ସୁରକ୍ଷାପାଇଁ ଶ୍ରୀକାନ୍ତଙ୍କ ଅନସନକୁ ପ୍ରଶଂସା କରିଛନ୍ତି । କିନ୍ତୁ ଦାବି ପୂରଣ ପାଇଁ ଶ୍ରୀକାନ୍ତଙ୍କୁ ଅନସନ ଭାଙ୍ଗି ଆନ୍ଦୋଳନରେ ସାମିଲ ହେବାକୁ ପଡିବ ବୋଲି ସେ କହିଛନ୍ତି । ଏଥି ସହିତ ଖରସ୍ରୋତା ନଦୀର ପ୍ରକଳ୍ପ ସ୍ଥାନ, ରାଜକନିକାର ଅନସନ ସ୍ଥାନ ଓ ଭିତରକନିକାକୁ ଯାଇ ଅନୁଧ୍ୟାନ କରି ଆନ୍ଦୋଳନକୁ ଆଗକୁ ନେବା ଏବଂ ଏହାକୁ ସଫଳ କରିବା ଦିଗରେ ମତ ପ୍ରକାଶ କରିଛନ୍ତି ଜଳ ପୁରୁଷ ଡକ୍ଟର ରାଜେନ୍ଦ୍ର ସିଂହ ।
#SaveBhitarakanika #Kharasrota #WaterMan of #India #DrRajendraSingh #kendrapara #odisha #NNSODIA