ହିନ୍ଦୋଳ ରେଞ୍ଜ ସାଜିଛି ହାତୀ ମଣିଷ ଲଢେଇର ପ୍ରମୁଖ ରଣକ୍ଷେତ୍ର
କେତେବେଳେ ହାତୀ ଉପଦ୍ରବ ରେ ଚାଷୀ ହନ୍ତସନ୍ତ ତ କେତେବେଳେ ଶିକାରୀଙ୍କ ପ୍ରଭାବ ପାଇଁ ହାତୀ ମୃତ
ଏବେ ହିନ୍ଦୋଳ ରେଞ୍ଜ ସାଜିଛି ହାତୀ ମଣିଷ ଲଢେଇ ର ଏକ ପ୍ରମୁଖ ରଣକ୍ଷେତ୍ର ।ଆଜିକୁ ଦୀର୍ଘ ବର୍ଷ ହେଲା ଲାଗି ରହିଛି ହିନ୍ଦୋଳ ରେ ହାତୀ ମଣିଷ ଲଢେଇର କୁରୁକ୍ଷେତ୍ର । ସୂଚନା ଅନୁସାରେ ଗତ ଜୁଲାଇ ୨୩ ତାରିଖ ରେ ଶିକାରୀଙ୍କ ଦ୍ୱାରା ବିଛାଯାଇ ଥିବା ୧୧ କେଭି ବିଦ୍ୟୁତ ତାରରେ ହିନ୍ଦୋଳ କନ୍ତାମିଲା ଅଞ୍ଚଳରେ ଏକ ଛୋଟ ହାତୀର ଜୀବନ ଚାଲି ଯାଇଥିଲା । ସେହି ଘଟଣା ଘଟିବାର ମାସେ ନପୁରୁଣୁ ଏବେ ପୁଣି ହିନ୍ଦୋଳ ଏନ ଏ ସି ୧୪ ନମ୍ବର ୱାର୍ଡ ତଣ୍ଟିଚିରା ଗ୍ରାମରେ ଜଣେ ୫୪ ବର୍ଷ ବୟସ୍କା ମହିଳା ଗତ ୨୨ତାରିଖ ଦିନ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ଚାଲି ଯାଇଥିଲା ଜୀବନ ଏବଂ ଏହି ଘଟଣା ପାଇଁ ବହୁ ଉତ୍ତେଜନା ଦେଖା ଦେଇଥିଲା l ଢେଙ୍କାନାଳ ଜିଲ୍ଲା ବନାଞ୍ଚଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମି ଥିଲା l
ଅନ୍ୟପଟେ ହିନ୍ଦୋଳରେ ଶିକାରୀଙ୍କ ପାଦୃଭାବ ପାଇଁ ନିରୀହ ବନ୍ୟପ୍ରାଣୀଙ୍କର ମଧ୍ୟ ଜୀବନ ଚାଲିଯାଉଛି l ଶିକାରୀ ମାନଙ୍କ ଅଭିନଵ ଉପାୟରେ ଜନ୍ତୁ ଶିକାର ଓ ହାତୀ ଦାନ୍ତ ଚୋରି ଘଟଣା ପୂର୍ବରୁ ମଧ୍ୟ ଏଠି ଅନେକ ଥର ଘଟିଯାଇଛି ଆଉ ଏବେ ୧୧ କେଭି ବିଦ୍ୟୁତ ଖୁଣ୍ଟରୁ ତାର ବିଛାଇ ଜନ୍ତୁ ମାନଙ୍କୁ ମାରୁଥିବାର ଖବର ପ୍ରକାଶ ପାଇଛି l
ପୁଣି କେତେବେଳେ ହାତୀ ମାନେ ଗ୍ରାମାଞ୍ଚଳ ଓ ସହର ମୁଖି ହୋଇ ମଣିଷ ଙ୍କୁ ମାରୁଛନ୍ତି ଓ ଚାଷୀ ମାନଙ୍କର ଏକର ଏକର ଧାନ ଜମି ନଷ୍ଟ କରୁଛନ୍ତି ଯାହା ଫଳରେ ହିନ୍ଦୋଳ ରେ ଏକର ଏକର ଚାଷ ଜମି ପଡିଆ ପଡୁଛି l ଚାଷୀ ମାନେ କହୁଛନ୍ତି ଯେ ଯଦି ଏଭଳି ହାତୀ ଉପଦ୍ରଵ ହିନ୍ଦୋଳ ରେ ଲାଗି ରହିବ ତେବେ ଭବିଷ୍ୟତରେ ହିନ୍ଦୋଳ ଏକ କୃଷି ପ୍ରାଧାନ୍ୟ ଅଞ୍ଚଳ ହୋଇ ମଧ୍ୟ ଚାଷ ସମ୍ପୂର୍ଣ ଲୋପ ପାଇଯିବ l ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏବେ ଜନ ସାଧାରଣରେ ଏବଂ ହିନ୍ଦୋଳ ବୁଦ୍ଧିଜୀବୀ ମହଲରେ ଏକ ବଡ଼ ଆଲୋଚନାର ବିଷୟ ଉପୁଜୁଛି ଯେ ସରକାର ବନ ବିଭାଗ ଓ ଜଙ୍ଗଲ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ହାତୀ ମାନଙ୍କର ସୁରକ୍ଷା ଏଠି ହୋଇ ପାରୁନି କାହିଁକି ଯାହା ଫଳରେ ଅକାଳରେ ଅନେକ ନିରୀହ ଜୀବନ ଚାଲିଯାଉଛି l
ହିନ୍ଦୋଳରେ ହାତୀ ସ୍କ୍ୱାଡ଼, ଫରେଷ୍ଟ ଗାର୍ଡ, ଫରେଷ୍ଟ ଓ ରେଞ୍ଜ ଅଧିକାରୀ ଥାଇ ମଧ୍ୟ ଏଭଳି ସମସ୍ୟା ବାରମ୍ବାର ଲାଗିରହିଛି । ବହୁ ଧନଜୀବନ ଓ ହାତୀ ଭଳି ଜୀବ ଲୋପ ପାଇଲେ ମଧ୍ୟ ବନ ବିଭାଗର ତତ୍ପରତା ଦେଖିବାକୁ ମିଳୁନି । ଏମିତିକି ସଠିକ ପେଟ୍ରୋଲିଂ ନହୋଇ ହାତୀ ର ଗତିବିଧି କୁ ଅନୁଧ୍ୟାନ ନକରି ବିଦ୍ୟୁତ ବିଭାଗ ସହ ସଲା ସୁତୁରା ହୋଇ ବିଦ୍ୟୁତ କାଟିଦେଇ ଚୁପ ବସୁଛନ୍ତି l ଯାହା ଫଳରେ ଜନ ସାଧାରଣ ବିଦ୍ୟୁତ ସେବାରୁ ବଞ୍ଚିତ ହେବାର ଅଭିଯୋଗ ମଧ୍ୟ ଦେଖିବାକୁ ମିଲୁଛି l ହିନ୍ଦୋଳ ଫରେଷ୍ଟ ରେଞ୍ଜ ହାତୀ ମାନଙ୍କର ରହିବା ପାଇଁ ଏକ ଅନୁକୂଳ ପରିବେଶ ବୋଲି ଜଣା ଯାଏ । ଜିଲ୍ଲା ବନାଞ୍ଚଳ ଅଧିକାରୀ ଓ ସରକାର ଏହି ହିନ୍ଦୋଳ ବନାଞ୍ଚଳକୁ ଯଦି ଏକ ହାତୀ ଅଭୟାରଣ୍ୟ କରନ୍ତେ ,ତେବେ ଦୀର୍ଘଦିନ ଧରି ଚାଲୁଥିବା ଏହି ହାତୀ ମଣିଷ ଲଢେଇରେ ଏକ ବିରାଟ ପୂର୍ଣ୍ଣଛେଦ ପଡ଼ନ୍ତା ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି l
#hindol #HindolElephantSquard #NNSODIA