ରାଷ୍ଟ୍ରବାଦୀ ଜନନେତା ସ୍ୱର୍ଗତଃ ଦେବେନ୍ଦ୍ର କୁମାର ମହାପାତ୍ରଙ୍କର ଏକାଦଶାହ ଅବସରରେ କେନ୍ଦ୍ରାପଡା ସରସ୍ୱତୀ ଶିଶୁମନ୍ଦିର ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ସ୍ୱର୍ଗତଃ ଦେବେନ୍ଦ୍ର କୁମାର ମହାପାତ୍ର ଜଣେ ରାଷ୍ଟସେବକ ଏବଂ ଜଣେ ହିନ୍ଦୁବାଦୀ ଭାବରେ ପ୍ରତିଷ୍ଠା ଅର୍ଜନ କରିବା ସହିତ ସାରା ରାଜ୍ୟରେ ସଂଘ ପରିବାରର ଉତ୍ଥାନ ପାଇଁ ବ୍ରତୀ ହୋଇଥିଲେ । ଆଜି ଏହି ସ୍ମୃତି ଚାରଣ ସଭାରେ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ କର୍ମକର୍ତ୍ତାମାନେ ଯୋଗଦେଇ ସ୍ୱର୍ଗତଃ ଦେବେନ୍ଦ୍ର କୁମାର ମହାପାତ୍ରଙ୍କର ଆତ୍ମାର ସଦଗତି କାମନା କରିଥିଲେ ।
କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ବିରୂପା ନଦୀ କୂଳରେ ମୃତ ଶିଶୁ ପୁତ୍ରଟିଏ ପଡିଥିବାର ଦେଖିବାକୁ ମିଳିଥିଲା । କେହି ଜଣେ ମହିଳା ସକାଳୁ ଏହି ନବଜାତ ଶିଶୁପୁତ୍ରକୁ ବିରୂପା ନଦୀ କୂଳରେ ଫୋପାଡ଼ି ଦେଇ ଯାଇଥିବା କୁହାଯାଉଛି । ମୃତ ଶିଶୁ ପୁତ୍ରଟିକୁ ଦେଖି ସେଠାକାର ସ୍ଥାନୀୟ ଲୋକେ ଟାଙ୍ଗି ଥାନାକୁ ଖବର ଦେଇଥିଲେ । ତେବେ ଖବର ପାଇ ଉକ୍ତ ସ୍ଥାନରେ ଟାଙ୍ଗୀ ପୋଲିସ ଆସି ପହଞ୍ଚିବା ପରେ, ଏହା ଜଗତପୁର ଥାନା ଅଞ୍ଚଳର ବୋଲି କହିଥିଲେ ସେପଟେ ଜଗତପୁର ଥାନା ପୋଲିସ ଏହା ଟାଙ୍ଗି ଅଞ୍ଚଳର ବୋଲି କହିଥିଲେ । ଦୁଇ ଥାନାର ବିବାଦ ମଧ୍ୟରେ ସେଠାରେ ମୃତ ଶିଶୁ ପୁତ୍ରଟି ପଡିରହିଥିଲା ।
ତୈଳ ଦର ବୃଦ୍ଧି ଅନୁଯାଇ ସରକାରଙ୍କ ନିର୍ଧାରିତ ଗାଡି ଭଡା ସ୍ଥିର ହୋଇଥିବା ବେଳେ ଖଣି ଅଞ୍ଚଳରେ ଖଣି ମାଲିକ ଓ ଟ୍ରାନ୍ସପୋର୍ଟ ଗାଡି ମାଲିକ ମାନଙ୍କୁ ସଠିକ ପ୍ରାପ୍ୟ ଦେଉ ନଥିବାରୁ ମାଲ ପରିବହନ ଭଡା ବୃଦ୍ଧି ଦାବିରେ ସୁକିନ୍ଦା କ୍ରୋମାଇଟ ଟ୍ରକ ମାଲିକ ସଙ୍ଘ ତରଫରୁ ସଙ୍ଘର ଜିଲ୍ଲାର ବହୁ ଗାଡି ମାଲିକମାନଙ୍କ ଉପସ୍ଥିତରେ କଳିଙ୍ଗନଗର ଠାରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଥିବା ବେଳେ ତୈଳ ଦର ବୃଦ୍ଧି ଅନୁଯାୟୀ ଯଦି ଗାଡି ଭଡା ବୃଦ୍ଧି ନହୁଏ ତେବେ ଆଗାମୀ ଦିନରେ ଗାଡି ମାଲିକ ମାନେ, ଖଣି ମାଲିକ ଓ ଟ୍ରାନ୍ସପୋର୍ଟ ବିରୋଧରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ।
ସାଲେପୁର ସାମ୍ବାଦିକ ସଂଘ ର ସାଧାରଣ ପରିଷଦବୈଠକ ଓ ବନ୍ଧୁ ମିଳନ ସ୍ଥାନୀୟ ବିଶ୍ଵେଶ୍ଵର ମହାଦେବ ଙ୍କ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଦସ୍ୟ ଅଭୟ ଜେନା ଙ୍କ ପୌରୋହିତ୍ୟରେ ସଂଘର ପୁନର୍ଗଠନ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ନୂତନ କର୍ମକର୍ତ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅଭୟଜେନା ମହାସଚିବ ,ସଭାପତି ସାରଦା ପ୍ରସନ୍ନ ପଣ୍ଡା,ସାଧାରଣ ସଂପାଦକ ବିସ୍ମିତ ଜେନା, ଉପ ସଭାପତି ବିନୟ ଦାଶ ,ସହ ସଂପାଦକ ମହେଶ୍ୱର ବେହେରା, କୋଷାଧ୍ୟକ୍ଷ ତାରାକାନ୍ତ ନାୟକ,ମୁଖ୍ୟ ଉପଦେଷ୍ଟା ମନୋଜ ଆଚାର୍ଯ୍ୟ, ଆଡ଼ଭୋକେଟ ଅରୁଣୋଦୟ ମହାନ୍ତି ଓ ସଂଯୋଜକ ଭାବେ ସୁବାଶିଷ ବସନ୍ତରାୟ, ରାକେଶ ଭୂୟାଁ, ତୁଷାର ଜ୍ୟୋତି ନାୟକ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସ୍ଥିତ ସ୍ଥାନୀୟ ବାଣେସ୍ୱର ମନ୍ଦିର ପ୍ରାଙ୍ଗଣରେ ଆଜି ଓଡିଶା ଡ୍ରାଇଭର ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଅଛି l ଉକ୍ତ ବୈଠକରେ ସମସ୍ତ ପ୍ରକାର ଗାଡି ଯଥା ଅଟୋ, ବସ, ଟ୍ରକ ଆଦି ଭରିଯାନର ଡ୍ରାଇଭର ମାନେ ଉପସ୍ଥିତ ଥିଲେ l ଏହି ସଭାରେ ଡ୍ରାଇଭର ମାନଙ୍କୁ ମାନ୍ୟତା, ବୀମା ସୁବିଧାକରଣ, କରୋନା ଟୀକା ଦେବାରେ ପ୍ରାଧାନ୍ୟ ଏବଂ ସରକାରୀ ସୁବିଧା ନ ମିଳିବା ଭଳି ଏକାଧିକ ସମସ୍ୟା ବିଷୟରେ ଆଲୋଚନା ହେବା ସହିତ ସମସ୍ୟା ସମ୍ବନ୍ଧରେ ସରକାରଙ୍କୁ ଅବଗତ କରାଇବା ପାଇଁ ପଦକ୍ଷେପ ନିଆଯିବା ଉପରେ ଆଲୋଚନା କରାଯାଇଥିଲା l
#districtnews #NNSODIA