ପାରାଦ୍ୱୀପ ନୂଆବଜ଼ାର ସ୍ଥିତ ପାରାଦ୍ୱୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ। ପରିଷଦ ର ବହୁ ସଦସ୍ୟ ଓ କର୍ମୀ ଙ୍କ ଉପସ୍ଥିତି ରେ ଶତାଧିକ ଭଉଣୀମାନେ ପରିଷଦ ର ସଭାପତି ଶ୍ରୀ ଅରିନ୍ଦମ ସର୍କେଲ (ବାପି ଭାଇ ) ଏଵଂ ଅନ୍ୟ ସଦସ୍ୟ ଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଉତ୍ତରୋତ୍ତର ଉନ୍ନତି ଓ ଦୀର୍ଘାୟୁ କାମନା କରିଥିଲେ । ପରିଷଦର ସଭାପତି ସମସ୍ତ ଭଉଣୀ ମାନଙ୍କୁ ତାଙ୍କର ଆଗାମୀ ଭବିଷ୍ୟତ ଉଜ୍ବଳ ହେବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଗୁହାରି କରି ତାଙ୍କ ପ୍ରତି ଏମିତି ଭଲପାଇବା ସବୁଦିନ ପାଇଁ ରହୁ ବୋଲି ପାର୍ଥନା କରିଥିଲେ ଏବଂ ଏହି ଭଲପାଇବା ଓ ବିଶ୍ୱାସ ଆଗକୁ ଆହୁରି ଜନହିତକାରୀ କାର୍ଯ୍ୟ କରିବା ପାଇଁ ତାଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି କହିଛନ୍ତି ।
କଳିଙ୍ଗନଗର ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟରୁ ବିଭିନ୍ନ ସାମଗ୍ରୀ ଚୋରି ଓ କମ୍ପାନୀ ସିକ୍ୟୁରିଟିଙ୍କୁ ମାଡ଼ ମାରିବା ଘଟଣାରେ ଟାଟା କମ୍ପାନୀ ତରଫରୁ ୨୦ ତାରିଖ ଶୁକ୍ରବାର ଦିନ କଳିଙ୍ଗନଗର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗର ତଦନ୍ତ ଜାରିଥିବା ବେଳେ ବିଶେଷ ସୂତ୍ରରୁ ସୂଚନା ପାଇ ମିରିଗିଚରା ଗ୍ରାମରୁ ଶନିବାର ବିଳମ୍ବିତ ରାତିରେ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଳିଙ୍ଗନଗର ପୋଲିସ । ଅଭିଯୁକ୍ତଙ୍କୁ ବିଚାରଧୀନ ଅଦାଲତକୁ ପଠା ଯାଇଥିବା ସୂଚନା ମିଳିଛି ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଦାସୀ କଲ୍ୟାଣ ମଣ୍ଡପ ପରିଷରରେ ଅଲ ଓଡ଼ିଶା ଲୟର୍ସ ଆସୋସିସନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଓକିଲ ମାନଙ୍କ ର ବିଭିନ୍ନ ସମସ୍ୟା, ସଂଗଠନ ର ଉନ୍ନତି ଓ ଆଗାମୀ ଦିନ ରେ କାମାକ୍ଷାନଗର ଠାରେ ରାଜ୍ୟ ଓକିଲ ସଙ୍ଘ ତରଫରୁ ସାଧାରଣ ବୈଠକ ଅନୁଷ୍ଠିତ ହେବା ନେଇ ଆଲୋଚନା କରାଯାଇଥିଲା l
କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ସୋଲଗାଁରେ ଜଣେ ଯୁବକଙ୍କ ଝୁଲନ୍ତା ମରଶରୀର ଦେଖିବାକୁ ମିଳିଥିଲା । ପାରିବାରିକ ଆସନ୍ତି ପାଇଁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ଖବର ପାଇ ମହାବିରୋଡ଼ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ ,ଏସାଇ ଅକାରଣ ବେହେରା ଘଟଣା ସ୍ଥଳକୁ ଯାଇ ମରଶରୀରକୁ ଉଦ୍ଧାର କରି ବ୍ୟବେଛେଦ ପାଇଁ ପରଜଙ୍ଗ ମେଡ଼ିକାଲକୁ ପଠାଇବା ସହିତ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି ।
ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଖୁଣ୍ଟବାଟି ଠାରେ ନିର୍ମାଣଧିନ -ଗେଲ ଈଣ୍ଡିଆର ଗ୍ୟାସପାଇପ ଲାଇନ ବିଛାଇବାରେ ନିୟୋଜିତ ଥିବା ଶ୍ରମିକ ମାନେ ବକେୟା ଦରମା ପାଇନଥିବା କାରଣରୁ ଅଶାନ୍ତି ଦେଖାଦେଇଛି। ଉତ୍ତର ପ୍ରଦେଶ,ବିହାର, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଭଳି ବାହାର ରାଜ୍ୟରୁ ପାୟ ୫୦ରୁ ଉର୍ଧ ଶ୍ରମିକ ୪ମାସ ହେଲା ଏଠାରେ ରହି କାମ କରୁଥିବା ବେଳେ ସେମାନଙ୍କର ୨ମାସ ହେଲା ବାକିଆ ପାଉଣା ପାଇନଥିବା ଅଭିଯୋଗ କରିଛନ୍ତି। ଏ ନେଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ତୁରନ୍ତ ଠିକା ସଂସ୍ଥାକୁ ଡକାଇ ଘଟଣାର ବିଚାର କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।
#DistrictNews #NNSODIA