ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସାରା ଜୀବନ ବିପଦ ଆପଦରୁ ରକ୍ଷା କରିବା ପାଇଁ ଭଉଣୀଟିଏ ତାର ଭାଇର ହାତରେ ରାକ୍ଷୀଟିଏ ବାନ୍ଧିଥାଏ। ଭାଇ ଭଉଣୀ ସମ୍ପର୍କର ପବିତ୍ର ବନ୍ଧନକୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ । ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ ହେଉଥିବାଏହି ପବିତ୍ର ପର୍ବ ଟିକେ ନିଆରା । ହେଲେ କଟକ ଜିଲ୍ଲା ସାଲେପୁର ବାରିଗୋଳ ପଞ୍ଚାୟତର ବାରିଗୋଳ ଗାଁ ଏକ ନିଆରା ଢଙ୍ଗରେ ପାଳନ ହୋଇଥାଏ ରାକ୍ଷୀ ପୂର୍ଣ୍ଣିମା । ବସବାସ କରୁଥିବା ଏଠି ହିନ୍ଦୁ-ମୁସଲିମ ସବୁ ଏକ । ସେମାନଙ୍କର ଧର୍ମ ସିନା ଅଲଗା ,କିନ୍ତୁ ମନ ଏକ । ଆଉ ରାକ୍ଷୀ ପୂର୍ଣ୍ଣିମା ଆସିଲେ ଭଉଣୀ ଧାଇଁଯାଏ ସେହି ମୁସଲିମ ଭାଇର ଘରକୁ । ଭାଇର ଶୁଭ କାମନା କରି ତା ହାତରେ ରାକ୍ଷୀ ବାନ୍ଧି ଥାଏ ହିନ୍ଦୁ ଭଉଣୀ । ଆଉ ଭାଇ ବି ଭଉଣୀର ସୁରକ୍ଷା ପାଇଁ ପଣ କରି ଥାଏ ଦେଖିବା ଏହି ରିପୋର୍ଟ ରୁ