ବିଅର କାରଖାନା ର କର୍ମଚାରୀ ଏବେ ରାଜରାସ୍ତା ରେ । ପାରାଦ୍ୱୀପ ରେ ଥିବା ବିଅର କାରଖାନା ଖୋଲିବାକୁ ନେଇ ଇଷ୍ଟ କୋଷ୍ଟ ବ୍ରିବେରିଜ଼ ଏମ୍ପଲୋୟିଜ଼ ୟୁନିଅନ ପକ୍ଷରୁ କର୍ମଚାରୀ ମାନେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଛନ୍ତି. ସୂଚନା ଅନୁଯାୟୀ ଗତ ବର୍ଷ ୨୪ ମାର୍ଚ୍ଚ ୨୦୨୦ ରୁ କାରଖାନା ର କର୍ତ୍ତୃପକ୍ଷ କରୋନା ଆଳରେ କାରଖାନା କୁ ସମୁର୍ଣ୍ଣ ବନ୍ଦ ରଖିଥିବାରୁ କାରଖାନା ରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଦରମା ମିଳିନାହିଁ । ବର୍ତ୍ତମାନ କୋଭିଡ ସମୟରେ କାମ ନଥିବା ଫଳରେ ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି ।ତେଣୁ ଆଜି କାରଖାନା ର କର୍ମଚାରୀ ମାନେ କାରଖାନା ଠାରୁ ପଦଯାତ୍ରା ରେ ବାହାରି ପାରାଦ୍ୱୀପ ସ୍ଥିତ ଅତିରିକ୍ତ ଜିଲ୍ଲପାଳଙ୍କ ଅଫିସରେ ପହଞ୍ଚି କାରଖାନା କୁ ପୁଣି ଥରେ ଚାଲୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ଉଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କାହ୍ନୁ ଚରଣ ଧୀର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଯଦି ଅଗଷ୍ଟ ମାସ ଭିତରେ ଦାବି ପୂରଣ ନହୁଏ ତେବେ ଆଗକୁ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ୟୁନିଅନର କାଯ୍ୟକାରୀ ସଭାପତି ଉଲ୍ଲାସ ସ୍ୱାଇଁ ଚେତାଵନୀ ଦେଇଛନ୍ତି । ଆଗରୁ ବହୁଥର ଏନେଇ କାରଖାନା ର କର୍ତ୍ତୃପକ୍ଷଙ୍କ ଦୁଷ୍ଟିଗୋଚର ହେଇଥିବା ବେଳେ ଏନେଇ କାରଖାନା ପକ୍ଷରୁ କୌଣସି ପଦକ୍ଷେପ ନେଇନଥିବାରୁ ଶ୍ରମିକ ମାନେ ଏପରି ବିକ୍ଷୋଭ ଆରମ୍ଭ କରିଥିବାର ସୂଚନା ମିଳିଛି ।
#paradip #EastcostBreweriesEmployeesUnion #NNSODIA