ହିନ୍ଦୋଳ ଏନ ଏ ସି ଆଠ ନମ୍ବର ୱାର୍ଡ ଗୁଣ୍ଡିଚାମନ୍ଦିର ସାହି ରେ ଆଜି ଯାଏଁ ଭଲ କରି ରାସ୍ତା ଟିଏ ନାହିଁ କି ଲାଇଟିଙ୍ଗି ବ୍ୟବସ୍ଥା ନାହଁ ଯାହାକୁ ନେଇ ଆଠ ନମ୍ବର ୱାର୍ଡ ବାସୀଙ୍କର ଅଭିଯୋଗ l ସୂଚନା ଥାଉକି ହିନ୍ଦୋଳ ଏନ ଏ ସି (NAC) ଆଠ ନମ୍ବର ୱାର୍ଡ ଗୁଣ୍ଡିଚା ମଣ୍ଡପ ସାହିର ସରକାରୀ ରାସ୍ତା କୁ ଜଣେ ପ୍ରଭାବ ଶାଳୀ ବ୍ୟକ୍ତି ଜବରଦଖଲ କରିବା ପ୍ରତିବାଦ ରେ ଉପଜିଲ୍ଲାପାଳ ଙ୍କ ପାଖରେ ଦବାରମ୍ବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସୀ । କିନ୍ତୁ ଏ ନେଇ ପ୍ରଶାସନ ଆଜି ଯାଏଁ କୌଣସି ପଦକ୍ଷେପ ନ ନେଇ ନିରବ ରହିଛନ୍ତି ବୋଲି ଜନ ସାଧାରଣ ଦୁଃଖ ପ୍ରକାଶ କରିଛନ୍ତି l ସେହି ରାସ୍ତା ରେ ପାଇଖନା ଟାଙ୍କି କରିବା ସହ ରାସ୍ତା ଉପରେ ଗୋବର ଗଦା କରୁଥିବା ଅଭିଯୋଗ ହୋଇଛିl ଯେଉଁଥି ପାଇଁ ଲୋକ ମାନେ ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।ଏମିତିକି ଘରେ ଗୋବର ପାଣି ପଶିବା ଓ ସବୁବେଳେ ଦୁର୍ଗନ୍ଧ ହେବା ର କଥା ସେମାନେ ପ୍ରକାଶ କରିଛନ୍ତି ଯାହା ଫଳ ରେ ଆଖ ପାଖ ଲୋକ ଅତିଷ୍ଠ ହୋଇ ପଡିଲେଣି l ଏ ବିଷୟରେ କିଛି ବର୍ଷ ଧରି ବାରମ୍ବାର ଅଭିଯୋଗ କରିବା ପରେ NAC ପକ୍ଷ ରୁ ଉଛେଦ ପାଇଁ ପଦେକ୍ଷପ ନିଆଯାଇଥିଲା କିନ୍ତୁ ଏଯାଏଁ ଲୋକ ମାନଙ୍କୁ କୌଣସି ସୁଫଳ ମିଳିପାରି ନାହିଁ l ସୂଚନା ମୁତାବକ ଏହି ରାସ୍ତା ନିର୍ମାଣ ପାଇଁ ଏନ ଏ ସି ପକ୍ଷ ରୁ ଅନୁଦାନ ମିଳିଥିଲେ ମଧ୍ୟ ଆଜି ଯାଏଁ କାର୍ଯ୍ୟ କରା ଯାଉ ନାହିଁ କାହଁକି ସେ ହିଁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି….? ଏନ ଏ ସି ଅଞ୍ଚଳର ସମସ୍ତ ୱାର୍ଡ ଆଲୋକିକରଣ କରାଯାଇଥିବା ବେଳେ ଆଠ ନମ୍ବର ୱାର୍ଡ ର କାହିଁକି କରାଯାଇନି ବୋଲି ୱାର୍ଡ ବାସି ଅଭିଯୋଗ କରିଛନ୍ତି l ଏ ସମସ୍ୟା ବାବଦ ରେ ଆମ ପ୍ରତିନିଧି ହିନ୍ଦୋଳ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରି ଗଜାନନ ପ୍ରଧାନ ଙ୍କୁ ପଚାରିବାରୁ ସେ କୁହନ୍ତି ଯେ ହିନ୍ଦୋଳ ଏନ ଏ ସି ଆଠ ନମ୍ୱର ୱାର୍ଡ ପାଇଁ ସମସ୍ତ କାମ ଟେଣ୍ଡର ହୋଇଛି କାମ ମଧ୍ୟ ହେବ କିନ୍ତୁ ସେହି ଅଞ୍ଚଳ ର କିଛି ସ୍ଥାନୀୟ ଲୋକ ସାହାଯ୍ୟ ନକରିବାରୁ କାମ ଆଗକୁ ବଢ଼ି ପାରୁନାହିଁ,ଆମେ ଚେଷ୍ଟା ଜାରି ରଖିଛୁ ଯଥାଶୀଘ୍ର ସମାଧାନ କରି ଲୋକ ଙ୍କ ସମସ୍ୟା ଦୂର କରିବୁ l ଅପରପକ୍ଷେ ହିନ୍ଦୋଳ ଆଠ ନମ୍ବର ୱାର୍ଡ ଜନ ସାଧାରଣ କୁହନ୍ତି ଯେ ଏହାର ଯଥାଶୀଘ୍ର ସମାଧାନ ନହେଲେ ବହୁ ସଂଖ୍ୟା ରେ ସ୍ଥାନୀୟ ଳୋକେ ନିଶ୍ଚିତ ଭାବେ ରାଜରାସ୍ତା ରେ ଧାରଣା ଦବା ସହ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଓ ଏନ ଏ ସି କାର୍ଯ୍ୟଳୟ କୁ ଘେରାଉ କରିବୁ।
#hindol #NNSODIA