ଭାରତର ପଡୋଶୀ ଦେଶ ଆଫଗାନିସ୍ତାନ ଏବେ ଘୋର ରାଜନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଅଛି । ଆଫଗାନ ସେନା ଓ ତାଲିବାନ ମଧ୍ୟରେ ଚାଲିଥିବା ଲଢେଇ ଏବେ ଶେଷ ପର୍ଯ୍ୟରେ ପହଞ୍ଚି ସାରିଛି । ଆଫଗାନି ସ୍ତାନର ରାଜଧାନୀ କାବୁଲ ସହରର ରାଜରାସ୍ତା ଏବେ ତାଲିବାନ ଦଖଲରେ । ନିରୀହ ଆଫଗାନ ଜନତା ନିଜର ଜୀବନ ବଞ୍ଚାଇବା ପାଇଁ ଅନ୍ୟ ଦେଶକୁ ପଳାୟନ ଆରମ୍ଭ କରିଦେଇଛନ୍ତି । ଆଫଗାନ ସରକାରର ମୁଖ୍ୟ ରାଷ୍ଟ୍ରପତି ଅସରଫ ଘନୀ ଗତକାଲି କାଜଧାନୀ କାବୁଲ ଛାଡି ଅନ୍ୟ ଦେଶକୁ ପଳାୟନ କରିଛନ୍ତି । ଏକ ନିଜି ସମ୍ୱାଦ ସରବରାହ ସଂସ୍ଥାର ପ୍ରକାଶିତ ରିପୋଟ ଅନୁଯାୟୀ ଅସରାଫ ଗନୀ ଓମାନ ବାଟ ଦେଇ ଆମେରିକା ଯିବାପାଇଁ ଯୋଜନା ରଖିଛିନ୍ତି । ଏପଟେ ତାଲିବାନୀ ନେତା ହିବାତୁଲ୍ଲାହ ଅଖୁଣ୍ଡଜାଡାଙ୍କ ସହ କିଛି ଦେଶ ସେମାନଙ୍କର କୂଟନୈତିକ ସମ୍ପର୍କ ସ୍ଥାପନ କରିବା ଆରମ୍ଭ କରିଦେଲେଣି ଚାଇନା ଏବଂ ଋଷିଆ ଭଳି ନିରାପତ୍ତା ପରିଷଦର ସଦସ୍ୟ ଦେଶମାନେ ମଧ୍ୟ ତାଲିବାନ ସହିତ ସମ୍ପର୍କ ଯୋଡିବା ଆରମ୍ଭ କରିଦେଲେଣି । ଜାତିସଂଘର ଜେନେରାଲ ସେକ୍ରେଟେରୀ ଆନ୍ଥୋନୀୟ ଗୁଟରେସ ଆଫଗାନିସ୍ତାନର ମାନବାଧିକାର ହନନ ସ୍ଥିତିକୁ ନେଇ ବିଶ୍ୱ ସମୂହର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏପଟେ ଭାରତ ଆଫଗାନିସ୍ତାନର ସ୍ଥିତିକୁ ନେଇ ମିଳିତ ଜାତିସଂଘରେ ନିଜର ମତ ରଖି ସାରିଛି । ତାଲିବାନ ସରକାର ଗଠନ କରିବା ପରେ ସାଧାରଣ ଆଫଗାନ ଜନତାଙ୍କ ଉପରେ କିଭଳି ପ୍ରଭାବ ପଡିବ ତାହା ଏବେଠାରୁ ଆକଳନ କରିବା କଷ୍ଟସାଧ୍ୟ । ତଥାପି ଦୀର୍ଘ କୋଡିଏ ବର୍ଷର ନିର୍ବାସନ ପରେ ଆଫଗାନ ସତ୍ତାକୁ କବଜା କରିବାକୁ ଯାଉଥିବା ତାଲିବାନର ଅଭୁମୁଖ୍ୟ କିପରି ହେବ ଏବଂ ବିଶ୍ୱ ସମୁଦାୟ ଉପରେ ଏହାର କିଭଳି ପ୍ରଭାବ ପଡିବ ଏହା ଆସନ୍ତା କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇ ଯିବା
#Talibans #Afganistan #AfghanTaliban #TalibanTakeover #NNSODIA