ସାରା ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ
(ସୋଆ) ମଧ୍ୟ ଏହି ଉତ୍ସବ ସହ ଯୋଡି ହୋଇଛି ।
ଅଗଷ୍ଟ ୯ରୁ ୧୪ ତାରିଖ ମଧ୍ୟରେ ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ ଏକ ୱେବିନାରର ଆୟୋଜନ କରାଯାଇଥିବା ସହ ଅନେକ
ଗୁଡିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଅଗଷ୍ଟ ୧୧ ତାରିଖରେ ଆୟୋଜିତ ୱେବିନାରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ
ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ସ୍ୱାଧୀନତା ନିମନ୍ତେ ସଂଘର୍ଷର କାହାଣୀ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗ
ସମ୍ପର୍କରେ ଆଲୋକପାତ କରିବା ସହ ବର୍ତମାନର ପିଢିରେ ଏହି ମହାନ ଇତିହାସ ସମ୍ପର୍କରେ ଜାଣିବା ପାଇଁ ଉତ୍ସୁକତାର
ଅଭାବ ରହିଛି ବୋଲି କହି ଉଦ୍ବେଗ ପ୍ରକାଶ କରିଥିଲେ ।
ସେମାନେ ଆଜି ସ୍ୱାଧୀନତାର ସ୍ୱାଦକୁ ଉପଭୋଗ କରୁଥିବା ବେଳେ ଯେଉଁ ମନିଷୀମାନେ ଭାରତର ସ୍ୱାଧୀନତା ନିମନ୍ତେ
ସଂଘର୍ଷ କରି ନିଜ ଜୀବନକୁ ବିପନ୍ନ କରିଥିଲେ ସେମାନଙ୍କ ସମ୍ପର୍କରେ ଜାଣୁନାହାଁନ୍ତି ବୋଲି ସେ କହିଥିଲେ ।
୧୯୧୯ ମସିହା ଏପ୍ରିଲ୍ ୧୩ ତାରିଖରେ ଅମୃତସରଠାରେ ଘଟିଯାଇଥିବା ଲୋମହର୍ଷଣକାରୀ ଜାଲିଆନାୱାଲାବାଗ
ହତ୍ୟାକାଣ୍ଡ ଯେଉଁଥିରେ ତତ୍କାଳୀନ ଇଂରେଜ ସରକାରଙ୍କ ବ୍ରିଗେଡିୟର ଜେନେରାଲ୍ ଆର.ଇ.ଏଚ୍ ଡାଏର୍ଙ୍କ ନିର୍ଦ୍ଦେଶରେ
୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରାଯାଇଥିଲା । ସେ ଘଟଣାକୁ ସ୍ମରଣ କରି ପ୍ରଫେସର ମହାପାତ୍ର କହିଥିଲେ ଯେ ଏହି
ଦୁଃଖଦ ଘଟଣା ସାରା ବିଶ୍ୱର ମାନସିକତାକୁ ଦୋହଲାଇ ଦେଇଥିଲା ।
ଖୁବ୍ କଷ୍ଟରେ ଦେଶ ସ୍ୱାଧୀନତା ହାସଲ କରିଥିଲା । କିନ୍ତୁ ବର୍ତମାନର ପିଢ଼ି ଏ ସମ୍ପର୍କରେ ଅଜ୍ଞ ଅଥବା ଆଗ୍ରହ ନ ଥିବା ପରି
ପ୍ରତିହତ ହେଉଥିବା ୱେବିନାରରେ ଯୋଡି ହୋଇଥିବା ଛାତ୍ରଛାତ୍ରୀ, ଫାକଲ୍ଟି ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ପ୍ରଫେସର
ମହାପାତ୍ର କହିଥିଲେ ।
ବର୍ତମାନ ଆମ ଯୁବପିଢ଼ିଙ୍କ ଶିକ୍ଷା ଓ ପ୍ରଶିଷଣ ପାଇଁ ଦେଶ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେମାନେ କିନ୍ତୁ
ବିଦେଶୀ କମ୍ପାନୀରେ କାର୍ଯ୍ୟ କରିବା ପାଇଁ ନିଷ୍ପତି ଉତ୍ସୁକ ହେଉଥିବା ପ୍ରଫେସର ମହାପାତ୍ର କହିଥିଲେ ।
ଯୁବପିଢ଼ିଙ୍କ ମଧ୍ୟରେ ନୈତିକତାର ଅଭାବ ଦେଶକୁ ନିମ୍ନଗାମୀ କରୁଛି ବୋଲି ସେ କହିଥିଲେ ।
ସୋଆ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ୍ର ନିର୍ଦ୍ଦେଶ ପ୍ରଫେସର ନଚିକେତା ଶର୍ମା ବିଶିଷ୍ଟ ଐତିହାସିକ ପ୍ରଫେସର ବିପନ୍
ଚନ୍ଦ୍ରଙ୍କର ପୁସ୍ତକ “ଦ ଏପିକ୍ ଷ୍ଟ୍ରଗଲ୍” ଉପରେ ଆଲୋଚନା କରି ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ମତ ରଖିଥିଲେ ।
ଅଗଷ୍ଟ ୧୦ ତାରିଖରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରାଯାଇଥିବା
ବେଳେ ଅଗଷ୍ଟ ୧୩ ତାରିଖରେ ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଏକ ସାଇକେଲ୍ ର୍ୟାଲିର ଆୟୋଜନ
କରାଯାଇଥିଲା । ଏହି ସ୍ୱେଚ୍ଛାସେବୀମାନେ ସାଇକେଲ୍ ର୍ୟାଲିରେ ଯାଇ ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତାର ବାର୍ତା ପ୍ରଦାନ
କରିଥିଲେ ।
#SOA #AzadiKaAmritMahotsav #nnsodia