ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା।ଭାଇ ଭଉଣୀ ଙ୍କର ଦିନଟିଏ।ଆଉ ଏହି ଦିନ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇ ର ଶୁଭ ମନାସି ଥାଏ। ଏହି ରାଖୀପୁର୍ନମୀରେ ବଜାର ଗଳିରେ ଅନେକ ରାକ୍ଷୀ ଧୋକାନ ବସିବା ଦେଖିବାକୁ ମିଳିଥାଏ । ବିଭିନ୍ନ ରଙ୍ଗ ବେରଙ୍ଗ ଫୁଲ ଏବଂ ବିଭିନ୍ନ ଡିଜାଇନର ରାକ୍ଷୀ କିଣିବା ପାଇଁ ଭିଡ଼ ଲାଗି ରହିଥାଏ । ଆଗରୁ ଆମେ ଗୋଲାପ ଫୁଲ, ରଜନିଗନ୍ଧା ଫୁଲ ଓ ପ୍ଲାଷ୍ଟିକ ଫୁଲ ରେ ତିଆରି ରାକ୍ଷୀ ଦେଖିଥିଲୁ କିନ୍ତୁ ହେଲେ ଏ ବର୍ଷ କଟକ କନ୍ଦରପୁର ଅଞ୍ଚଳର କାହ୍ନୁ ତିଆରି କରୁଛନ୍ତି ନଡ଼ିଆ ସଢେଇ ରେ ତିଆରି ରାକ୍ଷୀ। ଏହି ରାକ୍ଷୀ ଗୁଡିକ ଦେଖିବାକୁ ବହୁତ ସୁନ୍ଦର ହୋଇଛି। ବଜାରରେ ମଧ୍ୟ ଏହି ରାକ୍ଷୀକୁ ବେଶ ପସନ୍ଦ କରାଯାଉଛି । ନଡ଼ିଆ ସଢ଼େଇରେ ତିଆରି କାହ୍ନୁଙ୍କର ରାକ୍ଷୀ ସବୁଆଡେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି।ଏହି ରାକ୍ଷୀ ବିକ୍ରି କରି କାହ୍ନୁ ମଧ୍ୟ ଦି ପଇସା ରୋଜଗାର କରିପାରୁଛନ୍ତି।
#CUTTACK #NNSODIA