କୁନି ଝିଅର କୁନି ପ୍ରୟାସ । ସ୍ବାଧୀନତା ଦିବସ ଅବସରରେ କୋଇଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ଶ୍ରେଣୀର ଛାତ୍ରୀ ଦୀପ୍ତିମୟ ନାଏକଙ୍କର ଵୃକ୍ଷ ରୋପଣକୁ ନେଇ ଲୋକମାନଙ୍କୁ ସଚେତନ କରାଇବା ଆଗାମୀ ପୀଢ଼ି ପାଇଁ ନିଶ୍ଚୟ ଏକ ଉଦାହରଣ ।
୭୫-ତମ ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ପୂର୍ଣ୍ଣ ଅବୟବ ପ୍ରତିଷ୍ଠା କରାଯାଇଛି । ଗାନ୍ଧୀଜୀଙ୍କର ଏହି ପୂର୍ଣାବୟବକୁ କେନ୍ଦ୍ରାପଡା ବିଡିଓ ଅଶ୍ବିନୀ କୁମାର ଦାସ ଉଦଘାଟନ କରିଛନ୍ତି । ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡା ଭିତ୍ତଭୂମିର ବିକାଶ ପାଇଁ ଦେଇଥିବା ପ୍ରତିଶ୍ରୁତି ମୁତାବକ ସାରା ରାଜ୍ୟରେ ୮୯ ଟି ଇନଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଖୁଦୁପୁର ଗ୍ରାମ ଠାରେ ଥିବା ପଡ଼ିଆରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ଗୋଟିଏ ଇନ ଡୋର ଷ୍ଟାଡିୟମ ନିର୍ମାଣ ହେବ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ୍ ପ୍ରଦାନ ଉଦ୍ଦେଶ୍ୟରେ ସ୍ଥାନୀୟ ଉତ୍ତରାୟଣୀ ମନ୍ଦିର ପରିସରରେ ଥିବା ପ୍ରେକ୍ଷାଳୟ ମଧ୍ୟରେ ଆୟୋଜିତ ହୋଇଥିଲା ।
ସ୍ୱାଧୀନତା ଦିବସ ଅବସରରେ ଅଗ୍ରଣୀ ପ୍ରବାସୀ ଓଡ଼ିଆ ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଏକତା ସମିତି, ନୋଇଡା, ଉତ୍ତର ପ୍ରଦେଶ ତରଫରୁ ଦ୍ଵିତୀୟ ବିଶାଳ ସ୍ବେଛାକୃତ ରକ୍ତଦାନ ଶିବିର ଭଙ୍ଗେଲ ଗେଝା ରୋଡ ସ୍ଥିତ ସାଇବାବା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ରୋଟାରି ବ୍ଲଡ଼ ବ୍ୟାଙ୍କ ସହାୟତାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଭଙ୍ଗେଲ ସଲାରପୁର ବ୍ୟାପାର ମଣ୍ଡଳ ପକ୍ଷରୁ ପୂର୍ଣ୍ଣ ସହଯୋଗ କରାଯାଇଥିଲା । ଏଥି ସହିତ ଶ୍ରୀ ଜଗନ୍ନାଥ ଏକତା ସମିତି ତରଫରୁ କରୋନା କାଳ ରେ ଦିଲ୍ଲୀ ଏନ ସି ଆର ରେ ଓଡ଼ିଆ କରୋନା ଆକ୍ରାନ୍ତ ଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିଥିବା ଓଡ଼ିଆ ମହାମଞ୍ଚ ନିର୍ଦେଶକ ଶ୍ରୀ ଗୋବର୍ଧନ ଧଳ ଙ୍କ ନିସ୍ଵାର୍ଥପର ସେବା ପାଇଁ ” ସେବା ଗୌରବ ସନ୍ନମାନ ” ମାନପତ୍ର ରେ ସନ୍ନମାନୀତ କରାଯିବା ସହ ସଦସ୍ୟ ମାନଙ୍କୁ ” ” ସେବକ ବନ୍ଧୁ ” ମାନପତ୍ର ଦେଇ ସନ୍ନମାନୀତ କରାଗଲା,
ସାଲେପୁର ରେ ସଦର ମହକୁମା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ବିକାଶ ର କଥା କହିଥିଲେ।ସାଲେପୁର ରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ରସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପ ବଦ୍ଧ ବୋଲି ପ୍ରକାଶ କରିଥିଲେ ।
କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ୭୫ ତମ ସ୍ଵାଧୀନତା ଦିବସ ଦଶୀପୁର ଠାରେ ପାଳନ କରାଯାଇଥିଲା ।ମୁଖ୍ୟ ଅତିଥି ଭାବେ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ଉପଦେଷ୍ଟା ଦିବ୍ୟସିଂହ ଦେହୁରୀ ଜାତୀୟ ପତାକା ଉତୋଳନ କରିଥିଲେ ।ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଦେଶର ସ୍ଵାଧୀନତା ପାଇଁ ନିଜ ଜୀବନକୁ ବାଜି ଲଗାଇ ଥିବା ମହାପୁରୁଷ ଙ୍କ ଗୁଣଗାନ କରିଥିଲେ ।
ଦୀର୍ଘ ସତୁରି ବର୍ଷ ପରେ ଢେଙ୍କାନାଳ କପିଳାସ ର ପ୍ରଭୁ ଚନ୍ଦ୍ରଶେଖର ମହାଦେବଙ୍କର ଦୁର୍ଲଭ ନାଗଭରଣ ବେଶ ରେ ଦର୍ଶନ ପାଇଲେ ଭକ୍ତଗଣ | ସମ୍ପୂର୍ଣ ଢେଙ୍କାନାଳବାସୀଙ୍କ ସହଯୋଗ ଓ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୂମେଶଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ପ୍ରଭୁଙ୍କର ଏହି ଦୁର୍ଲଭ ବେଶଟି ସଫଳତା ର ସହ ସମାପନ ହୋଇଛି…. l
ଭାଇରଲ ହେଲା ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ । ପାରାଦ୍ୱୀପ ତାରିଣୀଗଡା ଛକ ନିକଟସ୍ଥ ଅଠରବାଙ୍କୀ ମୁଖ୍ୟ ରାସ୍ତାରେ ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ ଏବେ ଭାଇରାଲ ହେବାରେ ଲାଗିଛି ।ବିଚ ରାସ୍ତା ମଝିରେ ମଦ ପିଇ ନିଶାରେ ଚୁର ହେଇ ମଝି ରାସ୍ତା ରେ ଗଡ଼ିବା ଓ ଅଶାଳୀନ ଭାଷା ରେ ଗପିବା ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି. ବ୍ୟକ୍ତି ଜଣଙ୍କ ଏକ ଟ୍ରକର ଡ୍ରାଇଭର ଥିବାବେଳେ ଅତ୍ୟଧିକ ମଦ୍ୟ ପାନ କରି ଭାରସାମ୍ୟ ହରାଇ ନିଶାରେ ଏଭଳି କାଣ୍ଡ ଭିଆଇ ଥିବା ଜଣାପଡିଛି ।
ସୁକିନ୍ଦା ମଠ ମନ୍ଦିର ସୁରକ୍ଷା ସଙ୍ଗଠନ ତରଫରୁ ଗ୍ରାମର ଯୁବକ ମାନଙ୍କ ମିଳିତ ଉଦ୍ୟମରେ ଗାଁ ପାଇଁ ଦିନଟିଏ ନାମରେ ସୁକିନ୍ଦାଗଡର ଗ୍ରାମ ଦେବୀଙ୍କ ମା ଖଣ୍ଡୁରାଇଙ୍କ ମନ୍ଦିର ପରିସର ସଫେଇକାର୍ଯ୍ୟ କରାଯାଇଥିଲା । ଏପରି ମହତ କାର୍ଯ୍ୟ ପାଇଁ ଯୁବ ମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ବହୁ ସାଧୁବାଦ ମିଳିଛି ।
#districtnews #NNSODIA