ଆଜି ଆମେ ୭୫ତମ ସ୍ବାଧିନତା ଦିବସ ପାଳନ କରିବା ସହିତ ସେହି ପୁଣ୍ୟ ଆତ୍ମା ଙ୍କ କଥା ମନେ ପକାଉଛେ ଯିଏ ଆମ ଦେଶକୁ ଫିରିଙ୍ଗି କବଳରୁ ମୁକ୍ତି କରିବା ସହିତ ଭାରତକୁ ସ୍ଵାଧୀନ କରାଇଥିଲେ। ଆଉ ଆଜି ସେହି ସ୍ବାଧୀନତାର ସ୍ଵାଦ ଅନୁଭବ କରିବା ସହିତ ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକା ତଳେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକତ୍ରିତ ହୋଇ ନିଜକୁ ଗର୍ବିତ ଅନୁଭବ କରିପାରୁଛେ।ଶତ କହିବାକୁ ଗଲେ ସତରେ କଣ ଆମକୁ ସ୍ଵାଧୀନ କରାଇବା ପାଇଁ ଇଂରେଜ ମାନଙ୍କ ଠାରୁ ମାଡ଼ ଗାଳିଖାଇ କାରା ବରଣ କରିଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇଛେ? ଉତ୍ତର ଆସିବ ନା କାରଣ ଏବେବି ଏମିତି କିଛି ସ୍ଵାଧୀନତା ସଂଗ୍ରାମୀ ଅଛନ୍ତି ଯାହାଙ୍କ ପାଖରେ ସରକାର୍ ଙ୍କ ଦୃଷ୍ଟି ପଡ଼ିଥିଲେ ମଧ୍ୟ ଅଣ ଦେଖା କରାଯାଇ ତାଙ୍କ ତ୍ୟାଗ କୁ ପୂର୍ଣ୍ଣ ମାତ୍ରାରେ ସମ୍ମାନ ଦିଆଯାଇନାହିଁ।କେବଳ ଏତିକି ନୁହେଁ ଲବଣ ସତ୍ୟାଗ୍ରହର ର ମୁକ ସାକ୍ଷୀ ଥିବା ପୁଣ୍ୟଭୂମି ବି ଅବହେଳିତ ହୋଇ ପଡ଼ିଛି।ତେବେ ଆସନ୍ତୁ ଦେଖିବା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଏଵଂ ଏରସମା ରୁ ଏହି ବିଶେଷ ରିପୋର୍ଟ୍। ଜଗତସିଂହପୁର ଜିଲ୍ଲାରେ ଅନେକ ସ୍ଵାଧୀନତା ସଂଗ୍ରାମୀ ଏହି ମାଟିରେ ଜନ୍ମଲାଭ କରି ଏ ମାଟିକୁ ଧନ୍ୟ କରୁଛନ୍ତି।ତାଙ୍କ ଭିତରୁ ସେମିତି ଜଣେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ହେଉଛନ୍ତି *ସାଧୁ ଚରଣ ତ୍ରିପାଠୀ। ତିର୍ତ୍ତୋଲ ବ୍ଲକ୍ ଗୋବିନ୍ଦପୁର ପଞ୍ଚାୟତ ଧମିଲ ଗାଁ ରେ ତାଙ୍କର ଘର। ଯିଏ ଶତାୟୁ ରେ ପହଁଚି ସାରିଛନ୍ତି। ସେଭଳି ଜଣେ ମହାନ୍ ବ୍ୟକ୍ତିଙ୍କୁ ଭେଟିବା ପାଇଁ ଆମେ ପହଞ୍ଚି ଥିଲୁ ଧମିଲ୍ ଗାଁ ରେ ଥିବା ତାଙ୍କ ବାସ ଭବନରେ । ସେଠି ପହଞ୍ଚିଲା ପରେ ପ୍ରଥମେ ନଜର ପଡ଼ିଥିଲା କିଛି ମାନ ପତ୍ର ଆଉ କିଛି ତାମ୍ର ଫଳକ ଉପରେ ।ସେହି ସମୟରେ ଆମେ ପହଞ୍ଚିବା ଖବର ପାଇଁ ସାଧୁ ଚରଣ ତ୍ରିପାଠୀ ଧୀରେ ଧୀରେ ବାଡ଼ିଧରି ଆସିଲେ।ତାଙ୍କ ଭଳି ଶତାୟୁ ସ୍ଵାଧୀନତା ସଂଗ୍ରାମୀଙ୍କ ପାଦ ସ୍ପର୍ଶ କରି ନିଜକୁ ଗର୍ବ ଅନୁଭବ କରିବା ବେଳେ ଜଣେ ସ୍ୱାଧୀନତାସଂଗ୍ରାମୀ ଗରମ ରକ୍ତର ଉତାପ କୁ ଅନୁଭବ କରିହେଉଥିଲା। ଆମ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହି ୧୦୨ବର୍ଷର ସ୍ଵାଧୀନତା ସଂଗ୍ରାମୀ ଧୀରେ ଧୀରେ ନିଜର ସ୍ମରଣ ଶକ୍ତି ହରେଇ ବସୁଥିବାରୁ ସ୍ଵାଧୀନତା ସମୟର କଥା ସବୁ ମନେ ପକେଇ ପାରୁନଥିଲେ ମଧ୍ୟ ଯେତିକି ପ୍ରଶ୍ନର ଉତ୍ତର ଦେଇଥିଲେ ତାହାକୁ ଶୁଣିଲା ପରେ ଆମ ହତବାଗ ହେଉଥିଲୁ । ଶ୍ରୀଯୁକ୍ତ ସାଧୁ ଚରଣ ଙ୍କ ସଠିକ୍ ଭାବେ ସ୍ମରଣ ନ ଆସୁଥିବାରୁ ତାଙ୍କ ପୁଅଙ୍କ ଠାରୁ ତାଙ୍କ ବିଷୟରେ ପଚାରି ବୁଝିଥିଲୁ। ସ୍ଵାଧୀନତା ସଂଗ୍ରାମୀ ସାଧୁଚରଣ ଏବଂ ତାଙ୍କ ପୁଅ ଙ୍କ କଥା ଶୁଣି ସାରିଲା ପରେ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନର ଅଣ ଦେଖା ସ୍ପ୍ରଷ୍ଟ ବାରିହୋଇ ପଡ଼ୁଥିଲା।ତାଙ୍କ ଭଳି ଜଣେ ବିପ୍ଳବୀ କୁ ପେନସନ ଛାଡ଼ିଦେଲେ ଆଉ କିଛି ବ୍ୟବସ୍ଥା କରାଯାଇ ନାହିଁ।ଯାହା ଦୁଃଖ ଏବଂ ପରିତାପର ବିଷୟ।ଅନ୍ୟ ରାଜ୍ୟ ଏବଂ ଅନ୍ୟ ଜିଲ୍ଲାରେ ଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସରକାରୀ ଅନେକ ସୁବିଧା ସୁଯୋଗ ଯୋଗାଇ ଦେବା ସହ ରାଷ୍ଟ୍ରପତି ପୁରସ୍କାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନାମ ରେକମେଡେସନ କରାଯାଉଥିବା ବେଳେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ସବୁ ଜାଣି ନଜାଣିଲା ପରି ଚୁପ୍ ବସିଛି।ଆମେ କିଛି ସମୟ ତାଙ୍କ ପରିବାର ସହ କଥା ହେଲା ପରେ ଜାଣିବାକୁ ପାଇଲୁ ଯେ ଏରସମା ଅଞ୍ଚଳରେ ଲବଣ ସତ୍ୟାଗ୍ରହ ସହ ଅଙ୍ଗାଗ୍ନି ଭାବେ ଜଡ଼ିତ ଥିବା ସ୍ଥାନ ଅଛି ଯାହାର ନାଁ ବେଡ଼ି ମଠ। ଏହାକୁ ଶୁଣିଲା ପରେ ମନରେ କୌତୁହଳ ସୃଷ୍ଟି ହେବା ସହ ସେଭଳି ପବିତ୍ର ମାଟିକୁ ଛୁଇଁବାକୁ ମନ ବ୍ୟାକୁଳ ହେଲା।ତେବେ ସ୍ଵାଧୀନତା ସଂଗ୍ରାମୀ ସାଧୁ ଚରଣ ପରିବାର ଠାରୁ ବିଦାୟ ନେଇ ଚାଲିଲୁ ବେଢ଼ି ମଠ ଅଭି ମୁଖେ। ଏରସମା ବଜାରରେ ପହଞ୍ଚିଲା ପରେ ଦେଖିବାକୁ ମିଳିଥିଲା ମହାତ୍ମ୍ୟ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ସହ ଏ ଅଞ୍ଚଳର ଅନେକ ସ୍ଵାଧୀନତା ସଂଗ୍ରାମୀ ଙ୍କ ନାମ ଯାହା ଏକ ଫଳକ ରେ ଲେଖାଯାଇଥିଲା। ତା ପରେ ଚାଲିଲୁ ସେ ପୁଣ୍ୟ ଭୂମି ଆଡ଼କୁ।ବାଟରେ ଗଲାବେଳେ ସବୁଜ ବନାନୀ ସହ କୃଷକ ମାନଙ୍କ ଧନ କ୍ଷେତରେ କାର୍ଯ୍ୟ କରୁଥିବା ଦେଖୁଥିବା କୁ ମିଳିଥିବା ସହ ଏ ଅଞ୍ଚଳର ମୁଖ୍ୟ ମତ୍ସ୍ୟ ଚାଷ ଦେଖିବାକୁ ମିଳିଥିଲା ,ପ୍ରାୟ ୧୪/୧୫କିଲୋମିଟର ଗଲାପରେ ଆମେ ପହଞ୍ଚି ଥିଲୁ ଲବଣ ସତ୍ୟାଗ୍ରହ ର ମୁକ ସାକ୍ଷୀ ବେଢ଼ି ମଠରେ। ଏହି ମଠର ଇତିହାସ ସମ୍ପର୍କରେ ପଚାରି ବୁଝିବା ଜଣ ପଡିଲା ବର୍ଦ୍ଧମାନ ର ରାଜା ମହତାବଙ୍କ ଦ୍ଵାରା ଏହି ମଠ ୧୮୦୦ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠା କରାଯାଇଥିଲା।ଯାହା ପରେ ଜଗତସିଂହପୁର ଜିଲ୍ଲା ସ୍ଵାଧୀନତା ସଂଗ୍ରାମୀଙ୍କ ପାଇଁ ଏନ୍ତୁଡ଼ିଶାଳ ପାଲଟିଥିଲା। ପାରାଦୀପ ଗଡର ରାଜା ନାରାୟଣ ବୀରବର ସାମନ୍ତ ଓ ତାଙ୍କ ଧର୍ମ ପତ୍ନୀ ରତ୍ନମାଳି ଜେମା,ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ,ମାଳତୀ ଦେବୀ,ମା ରମାଦେବୀ,ବିଶ୍ୱୋମ୍ବର ପରିଡ଼ା ପ୍ରମୁଖ ଶତାଧିକ ସ୍ଵାଧୀନତା ସଂଗ୍ରାମୀ ଐତିହାସିକ ପୀଠରେ ବ୍ରିଟିସ ସରକାର ଙ୍କ ବିରୋଧରେ ସଂଗ୍ରାମ ପାଇଁ ଗୁପ୍ତ ମନ୍ତ୍ରଣା କରୁଥିଲେ।୧୯୩୦ ମସିହାରେ ଅନୁଷ୍ଟିତ ଲବଣ ସତ୍ୟାଗ୍ରହ ସାରା ଓଡ଼ିଶାରେ ଚହଳ ପକାଇଥିବା ବେଳେ ଏହି ବେଢ଼ିମଠ ଠାରେ ମା ରମା ଦେବୀ, ନବକୃଷ୍ଣ ଚୌଧୁରୀ, ନାରାୟଣ ବୀରବର ସାମନ୍ତ, ଗୌରୀ ଶ୍ୟାମ ପଟ୍ଟନାୟକ, ଦୃଜ୍ୟଧନ ପଟ୍ଟନାୟକ,ବୃନ୍ଦାବନ ପାତ୍ର,ଜଗନ୍ନାଥ ଶତପଥି,ମାଗୁଣି ରଥ, ବାବା ଚରଣ ଦାଶ ପ୍ରମୁଖ ଲବଣ ସତ୍ୟାଗ୍ରହ ରେ ଅଂଶ ଗ୍ରହଣ କରିଥିଲେ।ବାଲେଶ୍ଵର ର ଇଞ୍ଚୁଡ଼ି,ଗଞ୍ଜାମର ରମ୍ଭା,ଏରସମା ର ଗୋଡ଼ା, ସିହା ଏବଂ ବେଢ଼ିମଠ ଠାରେ ଏକ ସମୟରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା।୧୯୪୨ ସେପ୍ଟେମ୍ବର ୬ତାରିଖ ରବିବାର ଦିନ ଭାରତ ଛାଡ଼ ଆନ୍ଦୋଳନ ସମୟରେ ସ୍ଵାଧୀନତା ସଂଗ୍ରାମୀ ମାନେ ଏରସମା ଥାନା ପୋଡି ଦେଇଥିଲେ।ପରେ ଡକ୍ଟର ହରେକୃଷ୍ଣ ମହତାବ,ଡକ୍ଟର ରାଧାନାଥ ରଥ,ବିନୋଦ କାନୁନ୍ ଗୋ ଦୋଳ ଗୋବିନ୍ଦ ପ୍ରଧାନ, ବିଶ୍ୱୋମ୍ବର୍ ପରିଡ଼ା,ରାଜକୃଷ୍ଣ ବୋଷ,କାଳନ୍ଦୀ ଚରଣ ପାଣିଗ୍ରାହୀ, ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ମାନେ ଏଠାରେ ଉପସ୍ଥିତ ହୋଇ ଏହି ବେଢ଼ି ମଠକୁ ଗୌରବାନିତ କରିଥିଲେ।।
#Jagatsinghpur #FreedomFighter #NNSODIA