ଲାଗି ରହିଛି ସମସ୍ୟା ଉପରେ ସମସ୍ୟା ଏକା ସାଙ୍ଗରେ ଗୋଟିଏ ଯାଗାରେ ଦୁଇ ଦୁଇଟି ସ୍ୱାସ୍ଥ୍ୟ କେନ୍ଦ୍ର ଥାଇ ମଧ୍ୟ ଲାଗିପାରୁନି ଜନସାଧାରଣ ଙ୍କ ସେବାରେ । ଗୋଟିଏ ସ୍ୱାସ୍ଥ୍ୟ କେନ୍ଦ୍ର ପଶୁପକ୍ଷୀ ମାନଙ୍କ ପାଇଁ ତ ଅନ୍ୟଟି ଲୋକ ମାନଙ୍କ ଉଦେଶ୍ୟରେ ଲୋକ ମାନଙ୍କୁ ସୁବିଧା ଯୋଗାଇ ଦେବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମନୁଷ୍ୟ ଓ ପ୍ରାଣୀ ମାନଙ୍କ ପାଇଁ ବହୁ ସ୍ୱାସ୍ଥ୍ୟ କେନ୍ଦ୍ର ମାନ ନିର୍ମାଣ କରାଯାଉଛି କିନ୍ତୁ ତାହା କେତେ କାର୍ଯ୍ୟକ୍ଷମ ଟିକେ ଦୃଷ୍ଟି ପକାନ୍ତୁ ଏହି visual ଉପରେ……..l
ସୂଚନା ପାଇ ଆମେ ପହଁଚି ଥିଲୁ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ନୟାଭାଗୀରଥିପୁର ପଞ୍ଚାୟତ ଅନ୍ତର୍ଗତ ଧଳପୁର ଗ୍ରାମରେ l ଅଭିଯୋଗ ଥାଉ କି ଏଠି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ଗୋଟିଏ ପ୍ରାଣୀଚିକିତ୍ସାଳୟ କେନ୍ଦ୍ର ଓ ଗୋଟିଏ ଉପସ୍ବାସ୍ଥ କେନ୍ଦ୍ର ଆଜକୁ ସାତ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା l କିନ୍ତୁ ଦୁଇଟି ଯାକ ଚିକିତ୍ସାକେନ୍ଦ୍ରରେ ସବୁବେଳେ ଝୁଲୁ ଥାଏ ତାଲା ,
ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ଯଦି ହଠାତ କୌଣସି ଗୃହପାଳିତ ପଶୁ ପକ୍ଷୀ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଏ ତେବେ ଆମେ ବାହାର ପ୍ରାଣୀ ଚିକିତ୍ସକ ମାନଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରି ଗାଁକୁ ଡାକି ଚିକିତ୍ସା କରୁ ଏବଂ ସେହିପରି ଗ୍ରାମ ରେ ଯଦି କୌଣସି ମନୁଷ୍ୟ ର ସ୍ୱାସ୍ଥ୍ୟ ସମସ୍ୟା ଘଟେ ତାହେଲେ ଆମେ ଢେଙ୍କାନାଳ କଟକ ଓ ଭୁବନେଶ୍ୱର ଯାଇ ଅଧିକ ଟଙ୍କାର ଖର୍ଚ୍ଚାନ୍ତରେ ପଡ଼ୁ l ନିଜ ଗ୍ରାମର ଉପସ୍ବାସ୍ଥ କେନ୍ଦ୍ର ଓ ପ୍ରାଣୀଚିକିତ୍ସାଳୟ ରେ ଚିକିତ୍ସା ତ ଦୂରର କଥା ଆସୁ ଚିକିତ୍ସା କିମ୍ବା ପ୍ରାଥମିକ ଚିକିତ୍ସା ଟିକେ ପାଇବା ମଧ୍ୟ ଆମ ପାଇଁ ସାତ ସପନ
ସେମାନେ ଏ ବିଷୟରେ ସ୍ଥାନୀୟ ଲୋକ ପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତ ଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ପାରୁନାହିଁ l
ପ୍ରଥମେ ପ୍ରାଣୀ ଚିକିତ୍ସାଳୟ ସମ୍ପର୍କ ରେ କିଛି ଅଧିକ ତଥ୍ୟ ପାଇବା ପାଇଁ ଆମେ ଯେତେବେଳେ ଓଡାପଡା VS INCHARGE ଲକ୍ଷ୍ମୀ ନାରାୟଣ ନନ୍ଦ ଙ୍କୁ ଫୋନ ମାଧ୍ୟମ ରେ ଯୋଗାଯୋଗ କରୁ ତ ସେ କଣ କୁହନ୍ତି ଶୁଣନ୍ତୁ ଏହି ଫୋନ କଲ ରେକର୍ଡଙ୍ଗି ଟିକୁ….
ଅନ୍ୟତ୍ର ଧଳପୁର ସ୍ଥିତ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ଝୁଲୁଥିବା ବିଷୟରେ କିଛି ଅଧିକ ସୂଚନା ପାଇବା ପାଇଁ ଆମେ ଯେତେବେଳେ ଢେଙ୍କାନାଳ CDMO (chief district medical officer )ଙ୍କ ପ୍ରତିକ୍ରିୟା ନେଉ ସେ କୁହନ୍ତି…… ଯେହେତୁ ଉପସ୍ବାସ୍ଥ କେନ୍ଦ୍ର ଟି ର ଡାକ୍ତର ନାହାନ୍ତି ସେଥିପାଇଁ ଏ ପର୍ଯ୍ୟନ୍ତ ତାଲା ପଡି ରହିଛି, ଏ ବିଷୟରେ ଆମେ ଉପର ସ୍ତରରେ ଜଣାଇଛୁ, ଯଥାଶୀଘ୍ର ଏହି ଉପସ୍ବାସ୍ଥ କେନ୍ଦ୍ରଟିରେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ଓ ସମସ୍ତ ସୁବିଧା ଉପଲବ୍ଧ କରାଯିବ l
ତ ଏଠି ପ୍ରଶ୍ନ ଉଠୁଛି ଯେତେବେଳେ ସରକାର ଗ୍ରାମାଞ୍ଚଳ ରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା ନିମନ୍ତେ କୋଟି କୋଟି ଟଙ୍କା ର ବ୍ୟୟ ଅଟକଳ କରି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଣୀ ଚିକିତ୍ସାଳୟ ଗୁଡିକୁ ନିର୍ମାଣ କରୁଛନ୍ତି ସେତେବେଳେ ବର୍ଷ ବର୍ଷ ଧରି ତାଲା ଝୁଲେଇ କାହିଁକି ରଖାଯାଉଛି । ଏ ଯୋଜନା କାହା ସ୍ୱାର୍ଥ ପାଇଁ ଉଦିଷ୍ଟ ବୋଲି ସମଗ୍ର ଓଡାପଡା ବ୍ଲକ ର ଜନସାଧାରଣ ମଧ୍ୟରେ ଏକ ବିରାଟ ପ୍ରଶ୍ନବାଚୀ ଛିଡା କରିଛି l
ଓ ଏହାକୁ ତୁରନ୍ତ ଚାଲୁ କରି ଜଣେ ଡାକ୍ତର ଙ୍କୁ ନିଯୁକ୍ତି ଦେବା ପାଇଁ ବୁଦ୍ଧିଯିବି ମହଲ ରେ ଦାବୀ ହେଉଛି l
#Odisha #DHALAPUR #PrimaryHealth #GroundZer