ଆଜି 2021 ବର୍ଷର ପ୍ରଥମ ମନ କୀ ବାତ ଦେଇଛନ୍ତି ମୋଦୀ | ଜାନୁଆରୀ 26 ରେ ହୋଇଥିବା ହିଂସାକାଣ୍ଡକୁ ମନେ ପକାଇ ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି | ଜାନୁଆରୀ 26 ରେ ତ୍ରିରଙ୍ଗାକୁ ଅପମାନ କରାଯାଇଥିଲା | ଏନେଇ ଦେଶବାସୀଙ୍କ ମନରେ ଆଘାତ ସୃଷ୍ଟି ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ||
ଭାରତ ଏବେ ଔଷଧ ଓ କରୋନା ଟିକା କ୍ଷେତ୍ରରେ ଆତ୍ମନିର୍ଭର ହୋଇଛି | ଏହାସହିତ ସେ କହିଛନ୍ତି କରୋନା ଟିକାକରଣରେ ଭାରତ ଉଦାହରଣ ପାଲଟିଛି | ମେଡ଼ ଇନ ଇଣ୍ଡିଆ ଭେକସିନ ଆଜି ଭାରତରେ ଆତ୍ମନିର୍ଭରତା ପ୍ରତୀକ ହେବା ସହ ଆତ୍ମଗୌରବତାର ପ୍ରତୀକ ପାଲଟିଛି ବୋଲି ମୋଦୀ କହିଛନ୍ତି | ଏହା ସହିତ ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି |
ବିଶ୍ୱରେ ସବୁଠୁ ଦ୍ରୁତ ବେଗରେ ଭାରତ କୋଭିଡ୍-୧୯ ଟିକାକରଣ ଚଳାଇ ୧୫ ଦିନ ମଧ୍ୟରେ ୩୦ ଲକ୍ଷ କରୋନା ଯୋଦ୍ଧାଙ୍କୁ ଟିକା ଦେଇ ସାରିଲାଣି ବୋଲି ସେ କହିଛନ୍ତି।
ସାଂସ୍କୃତିକ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରସଙ୍ଗ ଉଲ୍ଲେଖ କରି ଓଡ଼ିଶାର ପଟ୍ଟଚିତ୍ରର ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ଇଞ୍ଜିନିୟର୍ଙ୍କ କଥା ‘ଆଜି ମନ୍କି ବାତ୍’ରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ସଡ଼କ ଦୁର୍ଘଟଣା ବଡ଼ ଚିନ୍ତାର କାରଣ। ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି