କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଜନ ସଚେତନତାର ବାର୍ତ୍ତା ବାହକ ସାଜିଛନ୍ତି ମଦୁରାଇ ସହରର ଜଣେ କଳାକାର । ତାମିଲନାଡୁ ସ୍ଥିତ ମଦୁରାଇ ସହରର ଏହି କଳାକାର ଜଣକ ହେଲେ ମୋହନ । ପେଶାରେ ସେ ଜଣେ ଫ୍ଲୋରିଷ୍ଟ । ମୋହନ ନିଜର ନିଆରା ଫୁଲ କାରିଗରୀ ପାଇଁ ଏବେ ପୁରା ମଦୁରାଇ ସହରରେ ଚର୍ଚ୍ଚାର ପରିଧିକୁ ଆସିଜାଇଛନ୍ତି । ଫୁଲ କାରିଗର ମୋହନ ନବ ବିବାହିତ ଦମ୍ପତିଙ୍କ ପାଇଁ ତିଆରି କରିଛନ୍ତି ଫୁଲର ମାସ୍କ । ଫୁଲରେ ତିଆରି ଏହି ମାସ୍କ ନବବିବାହିତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଫୁଲ ତିଆରି ଏହି ମାସ୍କ ସମାଜରେ ସଚେତନତାର ବାର୍ତା ପହଞ୍ଚାଇବ ବୋଲି ମୋହନ ଆଶା ରଖିଛନ୍ତି
#NNSODIA #FlowerMask