କେନ୍ଦ୍ରାପଡା ବ୍ଲକ ଗରାପୁର ଡାକବଙ୍ଗଳା ନିକଟରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ତଳେ ଆମରଣ ଅନସନରେ ବସିଛନ୍ତି ପରିବେଶବିତ୍ ଶ୍ରୀକାନ୍ତ । ଶ୍ରୀକାନ୍ତ ଭିତରକନିକାର ଇକୋ ସେନ୍ସିଟିଭ ଜୋନ୍ ମନିଟରିଂ କମିଟିର ସଦସ୍ୟ ଅଟନ୍ତି । ଏହି କମିଟିର ଅଧ୍ୟକ୍ଷ ଅଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଭାରିଗଦା ନିକଟରୁ ଖରସ୍ରୋତାନଦୀରୁ ଭଦ୍ରକ ଜିଲ୍ଲାକୁ ଆରମ୍ଭ ହୋଇଥିବା ମେଗାପାଇପପାନୀୟ ଜଳ ପ୍ରକଳ୍ପ ଭିତରକନିକା ପ୍ରତି ବିପଦ ସୃଷ୍ଟି କରିବବୋଲି ଦାବିକରିଛନ୍ତି ଶ୍ରୀକାନ୍ତ । ଖରସ୍ରୋତା ନଦୀର ଉପରମୁଣ୍ଡରୁ ମିଠାପାଣି ଏହି ପ୍ରକଳ୍ପ ଶୋଷିନେବାପରେ ତଳମୁଣ୍ଡରେ ଥିବା ଭିତରକନିକା ଅଭୟାରଣ୍ୟକୁ ଆଉ ପର୍ଯ୍ୟାପ୍ତ ପରିମାଣର ମିଠାପାଣି ଯାଇପାରିବ ନାହିଁ । ଫଳରେ ଭିତରକନିକା ଜାତୀୟ ଉଦ୍ୟାନପ୍ରତି ବିପଦ ସୃଷ୍ଟି ହେବ । ଏହି ପ୍ରକଳ୍ପ ଅଞ୍ଚଳଟି ଭିତରକନିକା ଇକୋସେନ୍ସିଟିଭ୍ ଜୋନ୍ ମଧ୍ୟରେ ଆସୁଥିବାରୁ , ପ୍ରକଳ୍ପ କାର୍ଯ୍ୟ ଆରମ୍ଭହେବା ପୂର୍ବରୁ ଏହି ପ୍ରକଳ୍ପ ସମ୍ବନ୍ଧୀୟ ଇକୋସେନ୍ସିଟିଭ୍ ଜୋନ୍ ବୈଠକ ଡାକିବାକୁ ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଏହି ବୈଠକ ପୂର୍ବରୁ ଆରମ୍ଭ ହୋଇଥିବା ପ୍ରକଳ୍ପକୁ ବନ୍ଦରଖି ସେଠାରୁ ପୋଲିସଫୋର୍ସ ଅପସାରଣ କରିବାକୁ ଅନୁରୋଧ କରିଛନ୍ତି ଶ୍ରୀକାନ୍ତ । ଏହିବୈଠକ ନହେବାପର୍ଯ୍ୟନ୍ତ ସେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ତଳେ ଆମରଣ ଅନସନରେ ବସିଲେ ବୋଲି କହିଛନ୍ତି ।
#bhitarakanika #EcoSensitivezone #MegapipeDrinkingWaterProject #KharasrotaRiver #NNSODIA