ଭିଜିଲାନ୍ସ ଜାଲରେ ପଡିଛନ୍ତି ଗାଇସିଲେଟ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀ ଘନଶ୍ୟାମ ସାହୁ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ ରେଡ୍ ଜାରି ରହିଛି । ଏକାକାଳୀନ ତାଙ୍କ ବାସଭବନ ଓ ଅଫିସରେ ଚଢାଉ ଚାଲିଛି । ତେବେ ବର୍ତ୍ତମାନ ସୁଦ୍ଧା ୩ଟି ଜମି, ଗୋଟିଏ ସ୍କର୍ପିଓ ଗାଡି, ଗୋଟିଏ ଗ୍ଲାମର୍ ବାଇକ, ସୁନାଗହଣା ଓ ନଗଦ ୧ ଲକ୍ଷ ୬୮ ହଜାର ଟଙ୍କା ଜବତ ହୋଇଛି ।
…………………….
ଆଉ ନାହାଁନ୍ତି ଅନୁପମ ଶ୍ୟାମ୍ । ସିରିଏଲ ମନ କି ଆୱାଜ ପ୍ରତିଜ୍ଞାରେ ସଜନ ସିଂଙ୍କ ଭୂମିକାରୁ ପ୍ରସିଦ୍ଧ ଲାଭ କରିଥିବା ଅଭିନେତା ଅନୁପମ ଶ୍ୟାମଙ୍କର ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଅନୁପମ୍ ମୁମ୍ବାଇର ଲାଇଫ୍ ଲାଇନ୍ ହସ୍ପିଟାଲରେ କିଡନୀ ଚିକିତ୍ସା କରୁଥିଲେ। ସେ ଗତ ଦେଢ ବର୍ଷ ଧରି ଏହି ରୋଗ ସହ ଲଢୁଥିଲେ। ତାଙ୍କ ମୃତ୍ୟୁ ଟିଭି ଇଣ୍ଡଷ୍ଟ୍ରିକୁ ଚକିତ କରିଛି।
…………………….
ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥଇଲା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ଘଣ୍ଟାରେ ୮୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୬୬ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୫୧୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୮୭ହଜାର ୯୫୬ରେ ପହଞ୍ଚିଛି ଥିଲା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୬ହଜାର ୫୦୧ରେ ପହଞ୍ଚିଛି ।
…………………….
ଆଜି ହେଉଛି ବିଶ୍ୱ ଆଦିବାସୀ । ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ଏହି ଦିବସ ପାଳନ କରାଯାଏ । ଆଦିବାସୀଙ୍କ ଅଧିକାରର ସୁରକ୍ଷା ପାଇଁ ଏହା ପ୍ରତିବର୍ଷ ସମଗ୍ର ବିଶ୍ୱରେ ପାଳନ କରାଯାଏ । ଏହି ଦିବସ ଆଦିବାସୀମାନଙ୍କ ସଫଳତା ଏବଂ ଅବଦାନକୁ ସ୍ମରଣ କରାଇଥାଏ । ୧୯୮୨ ମସିହାରେ ଜେନେଭାରେ ମିଳିତ ଜାତିସଂଘରେ ଅନୁସୂଚିତ ଜନଜାତି ଉପରେ ୱାର୍କିଂ ଗ୍ରୁପ୍ର ଉଦ୍ଘାଟନୀ ଅଧିବେଶନକୁ ସ୍ୱୀକୃତି ଦେଇ ଏହି ସ୍ମୃତିଚାରଣ ଅନୁଷ୍ଠିତ ହୋଇଥିଲା।
………………………
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କ୍ରିର୍ଷ୍ଣାନନ୍ଦପୁର ଫାଣ୍ଡି କାର୍ୟ୍ୟାଳୟ ପଛପଟୁ ରବିବାର ଅପରାହ୍ନରେ ଜଣେ ଅପରିଚିତ ଯୁବକଙ୍କ ଗଳିତ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତ ଯୁବକଙ୍କ ବୟସ ୩୫ରୁ ୪୦ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ମୃତ ଶରୀରଟି ଦୁଇତିନି ଦିନ ପୁର୍ବର ବୋଲି ଅନୁମାନ କରାଯାଉଛି।କେହି ହତ୍ୟା କରିବା ପରେ ନଦୀରେ ଫିଙ୍ଗି ଦେଇଥାଇପାରେ ବୋଲି ଆଲୋଚନା ହେଉଛି। କ୍ରିର୍ଷ୍ଣାନନ୍ଦପୁର ଫାଣ୍ଡି ଠାରୁ ଅନତୀଦୂର ମହାନଦୀରେ ଏହି ଶବ ଭାସୁଥିବା ଖବରପାଇ କ୍ରିର୍ଷ୍ଣାନନ୍ଦପୁର ଫାଣ୍ଡି ପୋଲିସ ଅନୁସନ୍ଧାନ କରିବା ସହ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
#nnsodia