ଅନଲାଇନ ପାଠପଢ଼ା ହେବା ଦିନଠାରୁ ପ୍ରାୟ ସବୁ ଛୋଟ ବଡ ପିଲାମାନଙ୍କ ହାତରେ ସ୍ମାର୍ଟ ଫୋନ ରହିବା ନିହାତି ଜରୁରୀ ହୋଇପଡିଛି । କିନ୍ତୁ ଏହି ସ୍ମାର୍ଟଫୋନର ସ୍ମାର୍ଟ ଟେକ୍ନୋଲୋଜି ଯେତିକି ସୁବିଧାଜନକ ସେତିକି ମାରାତ୍ମକ ହେବାରେ ଲାଗିଛି । ଛୋଟରୁ ବଡ ପ୍ରାୟ ସବୁ ବର୍ଗର ପିଲାମାନେ ଯେତିକି ପାଠପଢ଼ା ନୁହଁ ସେତିକି ଅନଲାଇନ ଖେଳରେ ମାତିଥିବା ଦେଖିବାକୁ ମିଳୁଛି । pubg , free fire ଭଳି ଅନଲାଇନ ଖେଳ ବର୍ତ୍ତମାନ ଗୋଟେ ପିଲାମାନଙ୍କ ମଧ୍ୟରେ ଏକ ପ୍ରକାରର ଟ୍ରେଣ୍ଡ ହେବାରେ ଲାଗିଛି । କିନ୍ତୁ ଦିନେ ଏହି ଅନଲାଇନ ଖେଳପାଇଁ କାହାର ଜୀବନ ଚାଲିଯିବା ଖବର ଏବେ ସାମ୍ନାକୁ ଆସିବାରେ ଲାଗିଛି । ଠିକ ଏହିପରି ଭୁବନେଶ୍ୱରର ସ୍ଥିତ ସିରିପୁର ଠାରେ ସାମାନ୍ୟ ଅନଲାଇନ ଖେଳର ବଶବର୍ତ୍ତୀ ହୋଇ ଜଣେ ନବମ ଶ୍ରେଣୀର ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିବା ଭଳି ଆଶ୍ଚର୍ଯ୍ୟଜନକ ଖବର ମିଳିଛି ।
#FreeFire #OnlineGaming #NNSODIA
https://youtu.be/nwPhRSLzd2s