ଅଲିମ୍ପିକ୍ସିରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକ୍ସିରେ ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ । ଦିର୍ଘ ୧୨୫ ବର୍ଷ ପରେ ଭାରତକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି । ତାଙ୍କର ଏହି ଐତିହାସିକ ବିଜୟ ଅବସରରେ ଭାରତର ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସମେତ ଦେଶରୁ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ଓ ସାଧାରଣ ଲୋକ ତାଙ୍କୁ ସୁଭେଚ୍ଛା ଜଣାଇଛନ୍ତି । ୧୯୯୭ ମସିହା ଡିସେମ୍ବର ୨୪ ତାରିଖରେ ହରିୟାଣାର ପାନିପତ ଜିଲ୍ଲା ଖାନ୍ଦ୍ରା ଗାଁରେ ଜନ୍ମିତ ନିରଜ ଚଣ୍ଡିଗଡ଼ର ଡିଏଭି ସ୍କୁଲ୍ରେ ପଢ଼ିଥିଲେ। ଭାରତୀୟ ସେନାବାହିନୀରେ ସେ ନାଏବ ସୁବେଦାର ପଦରେ ଚାକିରି କରୁଛନ୍ତି । ମାନ୍ୟତା ସହିତ ଏବେ ଜୁନିୟର୍ କମିସନଡ ଅଫିସର୍ ରହିଛନ୍ତି। ବିଶିଷ୍ଟ ସେବା ପଦକ ସମ୍ମାନ ମଧ୍ୟ ସେ ପାଇ ସାରିଛନ୍ତି । ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତ ସରକାରଙ୍କ ୭୫ ଲକ୍ଷ ଟଙ୍କା ଏବଂ ହରିୟାଣା ସରକାରଙ୍କ ପକ୍ଷରୁ ଘୋଷିତ ୬ କୋଟି ଟଙ୍କାର ପୁରସ୍କାର ଏବଂ କ୍ଲାସ ୱାନ ଚାକିରି ଦିଆଯିବ। ଭିଜିଲାନ୍ସ ଜାଲରେ ପଡିଛନ୍ତି ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଳ । ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ମୁଖ୍ୟ ପ୍ରାଣୀସମ୍ପଦ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଳଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଏହା ବ୍ୟତୀତ ତ୍ରିଲୋଚନଙ୍କ କାର୍ଯ୍ୟାଳୟ, ସରକାରୀ ଘର ଓ କଟକର ନରାଜସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ତେବେ ତ୍ରିଲୋଚନ ଧଳଙ୍କ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ଜବତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି।
……………………….
ରାଜ୍ୟରେ ବର୍ତମାନ ମୌସୁମୀ ଦୁର୍ବଳ ରହିଛି । ଏହି ସ୍ଥିତି ଆହୁରି ଏକ ସପ୍ତାହ ପର୍ଯ୍ୟନ୍ତ ରହିବ ବୋଲି ଆଚଂଳିକ ପାଣିପାଗ ସୂତ୍ରରୁ ପ୍ରକାଶ ପାଇଛି । ମୌସୁମୀ ସକ୍ରିୟ ହେବା ସହିତ ରାଜ୍ୟରେ ସମସ୍ତ ଅଚଂଳରେ ଯଥେଷ୍ଟ ବର୍ଷା ହେବାରେ ସଂମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ କହିବା କଥା, ଜୁଲାଇ ୩୧ ତାରିଖରୁ ରାଜ୍ୟରେ ମୌସୁମୀ ବର୍ଷା କମି ଯାଇଛି। ମୌସୁମୀ ଟ୍ରଫ୍-ଲାଇନ୍ ଉତ୍ତରାଭିମୁଖୀ ହୋଇ ହିମାଳୟ ପାଦଦେଶରେ ରହିଛି। ତେବେ ପୁନଃ ସକ୍ରିୟ ହେବା ପାଇଁ ମୌସୁମୀକୁ ଆହୁରି ସପ୍ତାହେରୁ ଅଧିକ ସମୟ ଲାଗିପାରେ ବୋଲି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
………………
ସ୍ବାଧୀନତା ଦିବସ ପାଇଁ ତିନି ସହରରେ କୋହଳ ହେଲା ସପ୍ତାହନ୍ତ ସଟ୍ଡାଉନ୍ । ଏବେ ଭୁବନେଶ୍ବର, କଟକ ଓ ପୁରୀ ସହରରେ ସପ୍ତାହନ୍ତ ସଟ୍ଡାଉନ୍ ଜାରି ରହିଥିବାରୁ ସ୍ବାଧୀନତା ଦିବସ ଉପଲକ୍ଷେ ଆସନ୍ତା ୧୫ତାରିଖ (ରବିବାର) ଏହାକୁ କିଛିମାତ୍ରାରେ କୋହଳ କରାଯାଇଛି। ଆସନ୍ତା ରବିବାର ଉପରୋକ୍ତ ତିନି ସହରରେ ସର୍ବାଧିକ ୧୦ଜଣ ଲୋକଙ୍କୁ ନେଇ ଜାତୀୟ ପତାକା ଉତ୍ତୋଳନ କରିପାରିବେ ବୋଲି ଆଜି ସ୍ବତନ୍ତ୍ର ରିଲିଫ କମିସନର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବାକି ସ୍ଥାନରେ ସର୍ବାଧିକ ୨୦ଜଣ ଲୋକଙ୍କୁ ନେଇ ଜାତୀୟ ପତାକା ଉତ୍ତୋଳନ କାର୍ୟ୍ୟକ୍ରମ ହେବ। କାର୍ୟ୍ୟକ୍ରମ ଅବସରରେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରଖିବେ ଏବଂ ସମସ୍ତ କୋଭିଡ କଟକଣା ପାଳନ କରିବେ। ଏହି ନିର୍ଦ୍ଦେଶନାମା ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କାର୍ୟ୍ୟାଳୟ, ଅନୁଷ୍ଠାନ ପାଇଁ ଲାଗୁ ହେବ।
……………………………………
ଆମେରିକାରେ ପୁଣି କରୋନା ସଂକ୍ରମଣ ସ୍ଥିତି ସଂଗିନି, ଦୈନିକ ସଂକ୍ରମଣ ୧ଲକ୍ଷ ଉପରେ ଆମେରିକାରେ କରୋନା ସଂକ୍ରମଣ ସ୍ଥିତି ପୁଣି ଜଟିଳ ହୋଇପଡ଼ିଛି । ଦୈନିକ ସଂକ୍ରମଣ ଏବେ ଲକ୍ଷେ ଉପରେ ରହୁଥିବା ବେଳେ ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟ ଉଦ୍ବେଗଜନକ ଭାବେ ବଢ଼ୁଛି। ବିଳମ୍ବିତ ଜୁନ୍ରେ ଆମେରିକାର ଦୈନିକ ସଂକ୍ରମଣ ମାମଲା ୧୧ ହଜାର ରହୁଥିଲା କିନ୍ତୁ ଏବେ ଆମେରିକାର ଦୈନିକ ହାରାହାରି ସଂକ୍ରମଣ ୧ ଲକ୍ଷ ୭ ହଜାର ରହିଛି। ସବୁଠାରୁ ଚିନ୍ତା ଜନକ କଥା ହେଉଛି ଟିକା ନେଇନଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଆମେରିକାରେ ୭୦ ପ୍ରତିଶତ ଲୋକ ଟିକା ନେଇଥିଲେ ସୁଦ୍ଧା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଛି । ଆମେରିକାରେ ଦୈନିକ କରୋନା ମୃତ୍ୟୁ ମଧ୍ୟ ବଢ଼ିଛି। ଟିକା ନେଇନଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି।
…………………
ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ ମୃତ୍ୟୁ ହୋଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୭୧୮ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୫୨୫ ଜଣ ଲୋକାଲ୍ କେସ୍ ରହିଛନ୍ତି ।
#NNSODIA