କେନ୍ଦ୍ରାପଡ଼ା ଜିଲ୍ଲା ଆଳିବ୍ଲକ ଅଧୀନରେ ଥିବା ବାଳକାଟି ପଞ୍ଚାୟତର ନାନା ଦୁର୍ନୀତିକୁ ପ୍ରତିବାଦ କରିଛି ବିଜେପି । ଦଳିତ ପରିବାର ପ୍ରତି ଶାସକ ଦଳର ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ମରଣାନ୍ତକ ଆକ୍ରମଣ ଘଟଣା ଏବଂ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଧୀନସ୍ଥ ବାଂଶ, ଘୋଡ଼ାଷ ଓ ନାଉଗାଁ ପଂଚାୟତରେ ମନରେଗା ପ୍ରକଳ୍ପରେ ଦଳିତ ମହିଳାମାନଙ୍କୁ ପ୍ରକୃତ ପ୍ରାପ୍ୟ ପ୍ରଦାନରେ ଅବହେଳା ପ୍ରତିବାଦରେ ନାଉଗାଁ ବ୍ଲକ ସମ୍ମୁଖରେ ହେଉଥିବା ଗଣଧାରଣା ସମୟରେ ସରପଞ୍ଚ ଓ ସେମାନଙ୍କ ସମର୍ଥକ ମାନଙ୍କ ଦ୍ୱାରା ମହିଳାଙ୍କୁ ଆକ୍ରମଣ ଓ ସମ୍ବିଧାନ ପ୍ରଣେତା ଡ଼ଃ ଆମ୍ବେଦକର ଙ୍କ ଫଟୋଚିତ୍ରକୁ ଅସମ୍ମାନ ପ୍ରଦର୍ଶନ କରିବା ଘଟଣା ପ୍ରତିବାଦରେ ବିଜେପି ତରଫରୁ ଦୃଢ ନିନ୍ଦା କରାଯାଇଛି । ଏ ନେଇ ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ସମ୍ମିଳନୀରେ ଓଡିଶାର ଦଳିତ ମାନଙ୍କ ଉପରେ ହେଉଥିବା ମାତ୍ରାଧିକ ଅତ୍ୟାଚାର ଓ ନ୍ୟାୟ ପ୍ରଦାନରେ ପୋଲିସର ଉଦାସୀନତା ପ୍ରତିବାଦରେ ଆସନ୍ତା ଅଗଷ୍ଟ ୧୦ ତାରିଖ ରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦିଆଯାଇଛି ।
#BJP #NNSODIA
https://youtu.be/gAOXyCdgVnw