ୟୁନିଅନ୍ ଟେରିଟୋରୀରେ ଚଳଚ୍ଚିତ୍ର ସୁଟିଂକୁ ଅନୁକୂଳ କରିବା ପାଇଁ ଜାମ୍ମୁ କାଶ୍ମୀରରେ ଏକ ନୂତନ ଚଳଚ୍ଚିତ୍ର ନୀତି ଆରମ୍ଭ କରାଯାଇଛି। ଗୁରୁବାର ଦିନ ଶ୍ରୀନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଭିନେତା ଆମୀର ଖାନ ଏବଂ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଉପସ୍ଥିତିରେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନା ନୂତନ ଚଳଚ୍ଚିତ୍ର ନୀତିର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରସିଦ୍ଧ ଡାଲ ହ୍ରଦ ନିକଟସ୍ଥ ଶେର-ଇ-କାଶ୍ମୀର ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ହୋଇଥିଲା। ଏହି ନୀତିରେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ଏବଂ ସାଧାରଣତଃ ପର୍ଯ୍ୟଟନକୁ ଆକର୍ଷିତ କରି ରାଜ୍ୟକୁ ଅଧିକ ଚଳଚ୍ଚିତ୍ର ଅନୁକୂଳ କରିବାର ଲକ୍ଷ୍ୟ ରଖା ଯାଇଛି | ଏହି ଅବସରରେ ବିଶିଷ୍ଟ ଅଭିନେତା ଆମୀର ଖାନ ଏବଂ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ହିରାନୀ ଏବଂ ଅନ୍ୟମାନେ ମଧ୍ଯ ଉପସ୍ଥିତ ଥିଲେ। ଏହି ଅବସରରେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନା ଟୁଇଟ୍ କରି କହିଛନ୍ତି ଯେ ‘ଜାମ୍ମୁ କାଶ୍ମୀର ପାଇଁ ଏହା ଏକ ଐତିହାସିକ ଦିନ।
#JammuAndKashmir #Srinagar #ManojSinha #AmirKhan #NNSODIA