କେନ୍ଦ୍ରାପଡା ଜିଲ୍ଲା ଗରଦପୁର୍ ବ୍ଲକ୍ ଅନ୍ତର୍ଗତ ବେଡାରୀ ପଞ୍ଚାୟତ ରେ ଆଜି ଏସଏଚଜି ମହାସଂଘ ର ସଭାପତି ଚୟନ ପାଇଁ ସଭ୍ୟା ମାନେ ଗୁପ୍ତ ଭୋଟ୍ ଦାବି କରୁଥିବା ବେଳେ ବ୍ଲକ୍ ପ୍ରଶାସନ ଗୁପ୍ତଭୋଟ୍ ନକରି ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଯୋର ଜବରଦସ୍ତ ଅନ୍ୟ ଜଣେ ମହିଳା କଂ ନାମ ରେ ମୋହର ମାରିବାକୁ ଚେଷ୍ଟା କରୁଥିବା ବେଳେ ବୈଠକରେ ଉତ୍ତେଜନା ପ୍ରକାଶ ପାଇଥିଲା।ବ୍ଲକ୍ ପ୍ରଶାସନ ର ଏଭଳି ମନମୁଖି କାର୍ଯ୍ୟ କୁ ବିରୋଧ କରି ସଂଖ୍ୟାଧିକ ମହିଳା ବୈଠକ ବର୍ଜନ କରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟ ବାହାରେ ଧାରଣାରେ ବସିରହି ସରକାର ବିରୋଧୀ ସ୍ଲୋଗାନ ମାନ ଦେଇଥିଲେ।ବୈଠକକୁ ଅବଜରଭର୍ ଭାବେ ଯାଇଥିବା ବ୍ଲକ୍ ଜିପିଓ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନପାରି ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ମହିଳା ମାନେ ତାଙ୍କ ଗାଡି ଆଗରେ ବସିରହିଥିଲେ।ଶେଷରେ ବାଧ୍ୟହୋଇ ବ୍ଲକ୍ ପ୍ରଶାସନ ଆଜିର କର୍ମକର୍ତ୍ତା ଚୟନ କୁ ବାତିଲ୍ କରିବା ସହିତ ଅନ୍ୟ ଏକ ଦିନ ଗୁପ୍ତଭୋଟ୍ ମାଧ୍ୟମରେ ଏସଏଚଜି କର୍ମକର୍ତ୍ତା ଚୟନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳା ମାନେ ଧାରଣାରୁ ଉଠିଥିଲେ।ତେବେ ପ୍ରଶ୍ନ ଉଠୁଛି ଯେ ଗୋଟିଏ ପଟେ ମହିଳା ସଶକ୍ତିକରଣ କଥା କୁହାଯାଉଥିବା ବେଳେ ଅନ୍ୟପଟରେ ସଭାପତି ଚୟନକୁ ନେଇ ରାଜନୀତି କରିବା ଘଟଣା ସାମ୍ନାକୁ ଆସୁଛି ।ଖାଲି ଗରଦପୁର ର ବେଡାରୀ ପଞ୍ଚାୟତ ନୁହେଁ ଏଭଳି ସାରା ଓଡ଼ିଶାରେ ମହିଳା ଶସସ୍ତିକରଣ ନା ରେ ରାଜନୀତି ଚାଲୁଥିବା ଦେଖିବାକୁ ଆଗରୁ ମଧ୍ଯ ନଜର ଅଛି ଏବଂ ଏହା କେତେଦୂର ଠିକ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।
#KENDRAPARA #SHG #NNSODIA