ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଶିବସେନା ଦଳର ଗୁଣ୍ଡାରାଜ । ମହାରାଷ୍ଟ୍ରର ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେଲଗାଯାଇଥିବା ଅଦାନୀ ଗ୍ରୁପର ନାମ ଫଳକକୁ ଗତକାଲି ଶିବସେନା ଦଳ ଭଙ୍ଗାରୁଜା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଗତ ୨୦୧୯ ମସିହାରେ କେନ୍ଦ୍ର ସରକାର ମୁମ୍ବାଇ ଏୟାରପୋର୍ଟର ପରିଚାଳନା ଅଧିକାର ଅଦାନୀ ଗ୍ରୁପକୁ ହସ୍ତାନ୍ତର କରିଥିଲେ । ଏହା ଫଳରେ ମୁମ୍ବାଇ ଏୟାରପୋର୍ଟର ୭୪ ପ୍ରତିଶତ ପରିଚାଳନା ଅଧିକାର ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ଓ ୨୬ ପ୍ରତିଶତ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧୀନରେ ରହିଥିଲା । ଗତ କାଲି ମହାରାଷ୍ଟ୍ର ଶାସନ ଦାୟୀତ୍ୱରେ ଥିବା ମୁଖ୍ୟ ଦଳ ଶିବସେନାର କିଛି ସଦସ୍ୟ ମୁମ୍ବାଇ ଏୟାରପୋର୍ଟରେ ଅଦାନୀ ଗ୍ରୁପର ନାମଫଳକକୁ ଭଙ୍ଗାରୁଜା କରିଥିଲେ । ଅନ୍ୟପଟେ ଅଦାନୀ ଗ୍ରୁପର ପରିଚାଳନା ଦାୟୀତ୍ୱ ରେ ଥିବା ଅଧିକାରୀ କହିଛନ୍ତି ଯେ ଅଦାନୀ ଗ୍ରୁପ ବିମାନ ବନ୍ଦର ବାହାର ପାର୍ଶ୍ୱରେ କମ୍ପାନୀର ନାମ ଫଳକ ଲାଗିଛି । କିନ୍ତୁ ବିମାନ ବନ୍ଦର ଏବେବି ଛତ୍ରପତି ଶିବାଜୀ ମହାରାଜଙ୍କ ନାମ ଅପରିବର୍ତ୍ତିତ ରହିଅଛି । ଶିବ ସୈନିକ ମାନଙ୍କର ଏପରି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଉଅଛି